ପୁଣି ମାଓବାଦୀଙ୍କ ନୃଶଂସ କାଣ୍ଡ । ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ୨ ଜଣଙ୍କୁ ହତ୍ୟା କଲେ ଲାଲବାହିନୀ । ଜଣେ ଶିକ୍ଷକଙ୍କ ସମେତ ୨ ଜଣଙ୍କୁ ହତ୍ୟା କରିଛନ୍ତି । ସୂଚନା ଥାଉକି, ଛତିଶଗଡରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଏହି ଅବସରରେ ମାତିଛନ୍ତି ମାଓବାଦୀ । ନିର୍ବାଚନ ବେଳେ ହିଂସା କାଣ୍ଡ ଘଟାଇ ବିଜାପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି ମାଓବାଦୀ । ତେବେ ମାଓବାଦୀଙ୍କୁ ଉଚିତ୍ ଜବାବ୍ ଦେବା ଲାଗି ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚିଛନ୍ତି । କମ୍ୱିଂ ଅପରେସନ ଆରମ୍ଭ କରିଥିବା ନେଇ ସୁଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।
