ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ଠାବ କଲେ ସୁରକ୍ଷା ବାହିନୀ । ଗାଙ୍ଗାଲୁର ଥାନା ଅନ୍ତର୍ଗତ ଚେରପାଲ ପାଲନାର ରାସ୍ତାରୁ ପ୍ରାୟ ୪୫ କିଲୋଗ୍ରାମ ଓଜନର ଆଇଇଡି ଉଦ୍ଧାର କରିବା ପରେ ଏହାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ । ସୂଚନାଯୋଗ୍ୟ ଯେ, ସିଆରପିଏଫ୍ ୨୨୨ ବାଟାଲିୟନର ଯବାନ ମାନେ ଶୁକ୍ରବାର ସକାଳେ ପାଲନାର କ୍ୟାମ୍ପରୁ ସର୍ଚ୍ଚ ଅପରେସନ ଲାଗି ବାହାରିଥିଲେ ।
ହେଲେ ଚେରପାଲ ଠାରୁ ଦୁଇ କିଲୋମିଟର ଦୂର ପାଲନାର ରାସ୍ତାରେ ନକ୍ସଲମାନେ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଲଗାଇଥିବା ଏକ ବଡ଼ ଲ୍ୟାଣ୍ଡମାଇନ ଠାବ କରିଥିଲେ । ଲ୍ୟାଣ୍ଡମାଇନର କମାଣ୍ଡ ସ୍ବିଚକୁ ପ୍ରାୟ ଦେଢ ଶହ ମିଟର ଦୁରରେ ଖଞ୍ଜାଯାଇଥିଲା। ତେବେ ବୋମା ନିଷ୍କ୍ରିୟକାରୀ ଟିମ୍ ଏହାକୁ ଅତି ସତର୍କତା ସହ ନିଷ୍କ୍ରିୟ କରିଛନ୍ତି ।ବିଜାପୁର ଏସ୍ପିଙ୍କ ସୂଚନା ଅନୁଯାୟୀ, ସୁରକ୍ଷା କର୍ମୀଙ୍କ ଗାଡ଼ିକୁ ଟାର୍ଗେଟ୍ କରିବା ଲାଗି ମାଓବାଦୀ ମାନେ ଚେରପାଲ ପାଲାନାର ରାସ୍ତାରେ ଏହି ୪୫ କିଲୋଗ୍ରାମ ଆଇଇଡି ପୋତିଥିଲେ । ସତର୍କତା ଯୋଗୁଁ ବଡ ଧରଣର ଏକ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁରକ୍ଷା କର୍ମୀ ।