ବିଜୁ ଜନତା ଦଳ ସାଙ୍ଗଠନିକ ବୈଠକ।୧୧ରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ

ନୟାଗଡ଼: ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନବ ନିର୍ବାଚିତ ବ୍ଲକ ସଭାପତି ଭଞ୍ଜକିଶୋର ମହାପାତ୍ର ଏବଂ ପୌର ପରିଷଦ ବିଜୁ ଜନତା ଦଳ ସଭାପତି ଦାଶରଥି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟରେ ବିଜେପି ସରକାର ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ବିତୃଷ୍ଣା ଆରମ୍ଭ ହେଲାଣି। ଆଗାମୀ ଦିନରେ ଲୋକେ ଉଚିତ୍ ଜବାବ ଦେବେ ବୋଲି ବିଧାୟକ କହିଥିଲେ। ଏହା ସହିତ ସଂଗଠନ ମଜବୁତ୍ କରିବା ଉପରେ ବକ୍ତବ୍ୟ ରଖିଥିଲେ। ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଗାମୀ ୧୧ ତାରିଖରେ ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବାକୁ ବିଧାୟକ ସୂଚନା ଦେଇଥିଲେ। ନୟାଗଡ଼ ଖେଳ ପଡ଼ିଆଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯିବ ବୋଲି ବିଧାୟକ କହିଥିଲେ। ଏହା ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ, ଅନ୍ୟ ନିର୍ବାଚନ ମଣ୍ଡଳୀରୁ ମଧ୍ୟ ଲୋକ ସାମିଲ ହେବେ ବୋଲି କହିଥିଲେ।
ଆଜିର ବୈଠକରେ ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବିଜେଡି ମହିଳା ସଭାପତି ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର କହଁର, ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଯୋଗ ଦେଇଥିଲେ।

ଅଧିକ ପଢନ୍ତୁ