ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର କରିବା ପାଇଁ ଜଣେ କୋଇଲା ଖଣି ଆବଣ୍ଟନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଶ୍ରୀ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଦେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା କରିଥିଲା ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଏହି ରାଜ୍ୟସଭା ନିର୍ବାଚନରେ ହୋଇଥିବା ଘୋଡ଼ା ବେପାର ଯୋଗୁଁ ଓଡିଶା ନିନ୍ଦିତ ଓ ଲଜ୍ଜିତ ହେବା ସହିତ ବିଜୁ ଜନତା ଦଳ ବିରୋଧରେ ହୋଇଥିବା ଚକ୍ରାନ୍ତ ମଧ୍ୟ ଲୋକଲୋଚନକୁ ଆସିଛି ବୋଲି ବିଜେଡି କହିଛି ।ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟ ନେଇ ବର୍ଷିଛନ୍ତି ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଟଙ୍କା ନେଇ ବିକ୍ରି ହେଲେ ବିଧାୟକ । ଟିକେଟ ନେଇ ବିକ୍ରି ହେଲେ ସବୁ । ଦିନ ଥିଲା ୨୦୦୨ରେ ଯେଉଁମାନେ ଷଡ଼ଯନ୍ତ୍ର କରିଥିଲେ ଏବେ ସେହିମାନେ ଷଡ଼ଯନ୍ତ୍ର କରିଛନ୍ତି । ଅନେକ ସମୟରେ ଅନେକ ପ୍ରକାରର ଷଡ଼ଯନ୍ତ୍ର ବି ହୋଇଛି । ୧୯୯୫ ମସିହାରେ ବିଜୁ ବାବୁଙ୍କୁ ହରାଇବା ପାଇଁ ଏକାଧିକ ପ୍ରାର୍ଥୀ ଦେଇଥିଲେ । ସେତେବେଳେ ବିଜୁ ବାବୁଙ୍କୁ ଛୁରୀ ମାରିଥିଲେ । ଏବେ ନବୀନ ବାବୁଙ୍କୁ ଛୁରୀ ମାରିଛନ୍ତି ନିଲମ୍ୱିତ ବିଧାୟକ । ତାଙ୍କ ବିରୋଧରେ ଆମେ ସୁପ୍ରିମୋ କୋର୍ଟ ଯାଏ ଯିବୁ । ସତସାହସ ଥିଲେ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ଼ି ଜିତନ୍ତୁ । ଦିନେ ଦୁଇଦିନ ଭିତରେ ଆହୁରି କାର୍ଯ୍ୟନୁଷ୍ଠାନ ନେବୁ ।
