ବିଜେଡ଼ିକୁ ପରାସ୍ତ କରିବାକୁ କୋଟି କୋଟି ଖର୍ଚ୍ଚ କରିଥିବା ବିଭୀଷଣ କିଏ?

ବିଜେଡି ଉପରେ ବର୍ଷିଲେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ। ବୁଧବାର କଟକରେ ଆୟୋଜିତ ସଦସ୍ୟତା ଅଭିଯାନରେ ବିସ୍ପୋରକ ବୟାନ ଦେଲେ ବିଧାୟକ ଷୌଭିକ। ସେ କହିଥିଲେ, ବିଜେଡିର ଦୁଇ ଜଣ ସରକାର ଚଳାଉଥିଲେ। କଟକରେ କୋଟି କୋଟି ଟଙ୍କାର ପ୍ରକଳ୍ପ କାମ ହୋଇଛି। କିନ୍ତୁ ସବୁ କିଛି ସେ ଦୁଇ ଜଣଙ୍କ ଇସାରାରେ ହେଉଥିଲା। ଯେତେବେଳେ ସେ ଦୁଇ ଜଣ ସବୁ କିଛି ବୁଖୁଥିଲେ, ଦଳୀୟ କର୍ମୀଙ୍କୁ କିଭଳି କାମ ମିଳିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି। ସୌଭିକ ଆହୁରି କହିଥିଲେ, ଏତେ ନିଷ୍ଠାର ସହିତ ରହିଥିଲେ ମଧ୍ୟ ତା’ର ଫଳ ହେଲା ପଛରୁ ଛୁରୀ ଭୁଷା। ସେ ଯେତେବେଳେ ସତ୍ୟ, ନ୍ୟାୟ ଓ ଧର୍ମ ଯୁଦ୍ଧରେ ଆଗକୁ ବଢ଼ିଲେ, ତାଙ୍କୁ ସିବିଆଇ ଜାଲକୁ ଠେଲି ଦିଆଗଲା। ସିବିଆଇ ଜାଲକୁ ତାଙ୍କୁ ଆଉ କେହି ଠେଲି ନାହାନ୍ତି। ସେ କଥା କହିଲେ ବହୁତ ଅଛି, ସରିବ ନାହିଁ ବୋଲି ସେ କହିଥିଲେ। ତେବେ ଏହା କହି ସୌଭିକ ଇସାରା ଦେଇଥିଲେ ଯେ ସେ ଯେଉଁ ବ୍ୟକ୍ତିଙ୍କ କଥା କହୁଛନ୍ତି ସେ ହିଁ ତାଙ୍କ ବାପା ସିବିଆଇ ଜାଲରେ ପଡ଼ିବା ପଛରେ ଥିଲେ।ଦଳ ଭିତରେ ବିଭୀଷଣ। ୨୦୧୯ ଓ ୨୦୨୪ରେ କଟକ ଚୌଦ୍ୱାରରେ ବିଜେଡିକୁ ହରାଇବା ପାଇଁ ନିଜ ଠାରୁ ୩ ବର୍ଷ ବଡ଼ ବିଜେଡିର ଜଣେ ଯୁବ ନେତା କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏତେ ଟଙ୍କା ସେ କେଉଁଠୁ ଆଣିଲେ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଢୋଲ ଭିତରେ ସେ ଦୁଇ ମୂଷା କିଏ।

ଅଧିକ ପଢନ୍ତୁ