ବିଜେଡିରେ ସାମିଲ୍ ହେଲେ ଅରବିନ୍ଦ ମହାପାତ୍ର

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସେ ନବୀନ ନିବାସରେ ଦଳୀୟ ନେତାଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି।ବୁଧବାର ଦିନତମାମ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମାଳମାଳ ପୋଷ୍ଟ ଦେଖିବାକୁ ମିଳିଛି । ତାଙ୍କ ଅନୁଗତ ଓ ସମର୍ଥକମାନେ ମଧ୍ୟ ଗୁରୁବାର ସକାଳ ୧୧ଟାରେ ଭୁବନେଶ୍ୱରରେ ବିଜେଡିରେ ମିଶୁଥିବା ନେଇ ପୋଷ୍ଟରେ ଦର୍ଶାଇଛନ୍ତି । ଅବଶ୍ୟ ବିଜୟ କିମ୍ବା ତାଙ୍କ ପୁଅ ଅରବିନ୍ଦ ଗଣମାଧ୍ୟମକୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ । ବିଜୟଙ୍କ ଶିବିର ପକ୍ଷରୁ ଏ ଚର୍ଚ୍ଚା, ଆଲୋଚନା ଓ ପୋଷ୍ଟ୍‌କୁ ଖଣ୍ଡନ ବି କରାଯାଉନଥିଲା । ମିଳିଥିବା ଖବର ଅନୁସାରେ ପାଟକୁରା

ଓ ମହାକାଳପଡ଼ା ନିର୍ବାଚନମଣ୍ଡଳୀ ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟ କିଛି ଅଞ୍ଚଳରୁ ବିଜୟଙ୍କ ସମର୍ଥକମାନେ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ।ପୂର୍ବରୁ ବିଜୁବାବୁଙ୍କ ଏକାନ୍ତ ଅନୁଗତ ଥିଲେ ବିଜୟ ମହାପାତ୍ର। ବିଜୁଙ୍କ ମନ୍ତୀମଣ୍ଡଳରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଥିଲେ। ହେଲେ ୨୦୦୦ରେ ବିଜେଡି ପକ୍ଷରୁ ତାଙ୍କୁ ଦଳୀୟ ଟିକେଟ ଦିଆଯାଇଥିଲା। ବିଧାୟକ ପ୍ରାର୍ଥୀ ଭାବେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ ପ୍ରତ୍ୟାହାର କରି ନିଆଯାଇଥିଲା। ଏହାପରେ ସେ ବିଜେଡି ସହ ସମ୍ପର୍କ ଛିନ୍ନ କରିଥିଲେ।

ଅଧିକ ପଢନ୍ତୁ

kc ads