ବିଜେଡିର କ୍ରସ ଭୋଟିଂ ହେବାର ସମ୍ଭାବନା ନାହିଁ-ଅଶ୍ଵିନୀ ପାତ୍ର

ବିଜେଡିର କ୍ରସ ଭୋଟିଂ ହେବାର ସମ୍ଭାବନା ନାହିଁ। ଏନେଇ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଅଶ୍ଵିନୀ ପାତ୍ର। ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ନ ଛାଡିବାକୁ ନିର୍ଦେଶ ରହିଛି। ମୌଖିକ ଭାବରେ ଦଳର ମୁଖ୍ୟ ସଚେତକ ଆମକୁ କହିଛନ୍ତି।ଅନ୍ୟପଟେ ଅଶ୍ୱିନୀ ପାତ୍ର ଆହୁରି କହିଛନ୍ତି, ରବି ଜେନାଙ୍କ ଶୂନ୍ୟସ୍ଥାନ ପୂରଣ କରିବେ ଦଳପତି ।ଅନ୍ୟପଟେ ବିଜେଡିକୁ କ୍ରସ ଭୋଟିଂର ଭୟ ଘାରିଛି।ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କରିଥିଲା ବିଜେଡି। ଭୁବନେଶ୍ବର ନ ଛାଡିବାକୁ ବିଜେଡିର ହୁଇପ୍ ଜାରି । ମାର୍ଚ୍ଚ ୧୬ ଯାଏ ଭୁବନେଶ୍ବର ନ ଛାଡିବାକୁ ବିଧାୟକଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ନିର୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, କିଛି ବିଧାୟକ କ୍ରସ୍ ଭୋଟିଂ କରିବା ନେଇ ବିଜେଡି ଭିତରେ ଆଲୋଚନା ଆରମ୍ଭ ହେଲାଣି। ଏସବୁ ବିଧାୟକଙ୍କ ଉପରେ ଦଳ ଏବେ କଡ଼ା ନଜର ରଖିଛି। ସେଥିପାଇଁ ବିଧାନସଭା ଯାଇ ବିଜେଡି ବିଧାୟକ ମାନଙ୍କ ସହ ଆଲୋଚନା କରିଥିଲେ ସନ୍ତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା । ସେପଟେ ନବୀନ ନିବାସରେ ବିଧାୟକମାନଙ୍କୁ ପାଳି କରି ଡକାଯାଉଛି ଏବଂ ସେମାନଙ୍କୁ ମହାପ୍ରସାଦ ଛୁଆଇଁ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଶପଥ କରାଯାଉଛି।

ଅଧିକ ପଢନ୍ତୁ