ବାରମ୍ବାର ମହିଳା ହିଂସା ନେଇ ବିଜେଡି ସ୍ବର ଉଠାଉଥିଲା । ଏବେ ବିଜେଡିର ସ୍ବର ଚାପିବାକୁ ଆରମ୍ଭ ହୋଇଯାଇଛି ଉଦ୍ୟମ ।ଜଗତସିଂହପୁରରେ ବିଜେଡିର ସୋସିଆଲ ମିଡ଼ିଆର ସକ୍ରିୟ କର୍ମୀ ରଶ୍ମି ପରିଜାଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ସେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସୋସିଆଲ ମିଡ଼ିଆରେ ସମାଲୋଚନା କରନ୍ତି । ଗତ ରାତିରେ ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ ହୋଇଛି । ତାଙ୍କ ମୁଣ୍ଡରେ ୯ଟି ଷ୍ଟିଚ ପଡିଛି । ତେବେ ଏହି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ଟ୍ୱିଟ କରି କହିଛନ୍ତି, ଏଭଳି ଘଟଣାକୁ ମୁଁ ଦୃଢ ନିନ୍ଦା କରୁଛି । ମହିଳାଙ୍କ ଉପରେ ବଢ଼ୁଥିବା ଏପରି ଘଟଣା କଦାପି ଗ୍ରହଣୀୟ ନୁହେଁ ଶାନ୍ତିପ୍ରିୟ ଓଡ଼ିଶାରେ ଅଶାନ୍ତିର ଏ ବାତାବରଣ ଜନମାନସକୁ ଆତଙ୍କିତ କରୁଛି| ଅସାମାଜିକ ବ୍ୟକ୍ତି ଅପରାଧ ଘଟାଇବାକୁ ଭୟ କରୁନାହାନ୍ତି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ୁଛି। ସରକାର ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଇନ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବଜାୟ ରଖନ୍ତୁ।
