ବିଜେଡି କାର୍ଯ୍ୟକାରିଣୀ କମିଟି ସଦସ୍ୟ ଓ ରାଜ୍ୟ କାଉନସିଲ ହେବେ ନିର୍ବାଚିତ

ସାଙ୍ଗଠନିକ ନିର୍ବାଚନ ପୂର୍ବରୁ ବିଜେଡି ସଙ୍ଗଠନର ବୈଠକ । ଶଙ୍ଖ ଭବନରେ ବସିଲା ବିଜେଡି ସମନ୍ୱୟ କମିଟି ବୈଠକ। ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି।ଏଥିରେ କମିଟିର ସମସ୍ତ ସଦସ୍ୟଙ୍କ ସହ ବିଭିନ୍ନ ପରାମର୍ଶଦାତା କମିଟିର ସଦସ୍ୟ ଉପସ୍ଥିତ ଥିଲେ | ଫେବୃଆରୀ ପ୍ରଥମ ସପ୍ତାହରେ DRO ନିଯୁକ୍ତି ହେବେ। ତା ପରେ ARO ନିଯୁକ୍ତି ପାଇଵେ। ନିର୍ବାଚନ ପ୍ରକ୍ରିୟା ଓଡ଼ିଆ ନବ ବର୍ଷ ପୂର୍ବରୁ ସରିବ । ଏ ନେଇ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ସ୍ତରୀୟ ନେତାଙ୍କ ସହ ଆଲୋଚନା ହେବ ବୋଲି ପ୍ରଦୀପ ଅମାତ ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ