ବିଜେଡି ଯୁବ ନେତାଙ୍କ ଉପରେ ବର୍ଷିଲେ ଦେବାଶିଷ

ବିଜେଡିର ପରାଜୟ ନେଇ ସୋସିଆଲ ମିଡିଆରେ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବିଶେଷକରି ‘ଓଡ଼ିଆ ଅସ୍ମିତା’ ପାଇଁ ବିଜେଡି ହାରିଲା। ଆମେ ଜଗନ୍ନାଥ ପ୍ରଦେଶର ଲୋକ, ଅସ୍ମିତା ରକ୍ଷା ଆମର ମୂଳ ଲକ୍ଷ୍ୟ ବୋଲି ଦେବାଶିଷ କହିଛନ୍ତି।ବିଜେଡିରେ ଯୋଗ ଦେଇଥିବା ନୂଆ ନେତାଙ୍କୁ ଜଣା ନାହିଁ ଦଳର ଇତିହାସ । ସେମାନେ ନବୀନ ବାବୁ ଏବଂ ବିଜୁ ବାବୁଙ୍କ ଆଦର୍ଶ ମଧ୍ୟ ଜାଣି ନାହାନ୍ତି ।

ସେମାନେ କାହା ଇସାରାରେ ପରିଚାଳିତ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦେବାଶିଷ । ସ୍ବାଭିମାନ ନଥିବା ସ୍ବାର୍ଥବାଦୀମାନେ ଦଳର ନୁହେଁ କି ଓଡ଼ିଶାର ନୁହେଁ ବୋଲି କହିଛନ୍ତି ଦେବାଶିଷ । ସୂଚନା ଥାଉକି, ଭୁବନେଶ୍ବର ପଟିଆ ସ୍ଥିତ କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ଥିଲା ବିଜେଡି ନେତାଙ୍କ ମେଳି । ବୈଠକରେ ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓ, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକ ଚାଲିଥିବା ବେଳେ ହୋଟେଲ ଭିତରକୁ ବାହାର ଲୋକଙ୍କୁ ବାରଣ କରାଯାଇଥିଲା । ତେବେ ବୈଠକ ପରେ ବଡ଼ ବୟାନ ରଖିଛନ୍ତି ବରିଷ୍ଠ ନେତା । ନବୀନଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କଲେ ଛଡ଼ାଯିବନି ବୋଲି କହିଛନ୍ତି ଶଶିଭୂଷଣ ବେହେରା।

ଅଧିକ ପଢନ୍ତୁ

kc ads