ଆସନ୍ତା ଡ଼ିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳନ ହେବ।ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳିତ ହେବ । ଏହା ସହିତ ଦଳର ମୁଖ୍ୟାଳୟ ‘ଶଙ୍ଖ ଭବନ’ରେ ଏହାକୁ ମହାସମାରୋହରେ ପାଳନ କରାଯିବ । ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜି ଦଳ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡି ଲଢ଼େଇ ଜାରି ରଖିବା ସହ ୧୮ ମାସର ବିଜେପି ସରକାରର ବିଫଳତାକୁ ଲୋକଙ୍କ ପାଖକୁ ନେବ ଟିମ୍ ନବୀନ ।
