ବିଜେପିର ମିଛକୁ ପଦାକୁ ଆଣ

 ଶଙ୍ଖ ଭବନରେ ବିଜେଡି ଜିଲା କର୍ମକର୍ତ୍ତା ସମାବେଶରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପାକୁ କଡ଼ା ଟାଗେଟ୍‌ କରିଛନ୍ତି। ନବୀନ କହିଛନ୍ତି, ଭାଜପା ନିର୍ବାଚନ ସମୟରେ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଛି। ସାମ୍ବାଦିକ ସମ୍ମିଳନୀରେ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ବିଜେପି ମହିଳା ସରକାରକୁ ଆସିବା ପୂର୍ବରୁ ପ୍ରତି ମହିଳାମାନଙ୍କୁ  ୫୦ ହଜାର ଦେବେ କହିଥିଲେ I ୨ ବର୍ଷକୁ ଥରେ ୫୦ ହଜାର ଦେବେ କହିଥିଲେ I   ଏବେ  ୫ ବର୍ଷରେ ୫୦ ହଜାର ଦେବେ I ୬୦ରୁ ଉର୍ଦ୍ଧ୍ଵ ବୟସର ମହିଳାଙ୍କୁ ଦେଉ ନାହାନ୍ତି କି ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସର ଯୁବତୀଙ୍କୁ ଦେଉ ନାହାନ୍ତି I

ଏମିତି ଗାଇଡ଼ଲାଇନ କଲେ ଯେ ସବୁ ମହିଳା ପାଇବେ ନାହିଁI ବିଜୁ ଜନତା ଦଳର ଦାବି   ଏକ କାଳୀନ ୫୦ ହାଜର, ସବୁ ମହିଳାଙ୍କୁ ୫୦ ହାଜର, ୧୮ରୁ ବର୍ଷ ଆରମ୍ଭ କରି ସବୁ ମହିଳାଙ୍କୁ ଦେବାକୁ ଦାବି କରାଯାଇଛି। ଯଦି ନଦେବ ଗାଁରୁ ସହର ସବୁଠି ଆନ୍ଦୋଳନ ହେବ ଜନ ଆନ୍ଦୋଳନ ହେବ।ତେବେ ମା’ମାନଙ୍କ ଭାବନା ଓ ବିଶ୍ୱାସ ସହ ଭାଜପା ଖେଳିବା ଉଚିତ ନୁହେଁ। ସାଧାରଣ ଲୋକଙ୍କ ବିଶ୍ୱାସ ସହ ଖେଳିବା ଉଚିତ୍‌ ନୁହେଁ। ଆମ ମା’ମାନେ ବହୁତ ସଚେତନ। ସେମାନେ ହିଁ ଏହାର ଜବାବ ଦେବେ। ପ୍ରତି ଘରେ ଘରେ ଭାଜପାର ଏପରି ମିଛ ଉପରୁ ପରଦା ଉଠାଇବା ପାଇଁ ବିଜୁ ମହିଳା ଜନତା ଦଳର କର୍ମୀ ସଙ୍କଳ୍ପବଦ୍ଧ ଭାବେ ଆଗକୁ ବଢୁଛନ୍ତି ବୋଲି ନବୀନ ମଧ୍ୟ ବୈଠକରେ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital