ମହିଳା ପୋଲିସ ଅଧିକାରୀଙ୍କ ଦୁର୍ବ୍ୟବହାର କରିବା ଘଟଣାରେ ଜାମିନ ଖାରଜ ହେବା ପରେ ଜୟନାରାୟଣଙ୍କ ଅଜବ ପ୍ରତିକ୍ରିୟା ଦେଉଛନ୍ତି । ଯାହାକୁ ନେଇ ଜୟନାରାୟଣଙ୍କୁ ସମାଲୋଚନା କରିଛି ବିଜେଡି । ଶଙ୍ଖଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସଂସଦ ତଥା ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ଶ୍ରୀ ମିଶ୍ରଙ୍କ ବିଶୃଙ୍ଖଳିତ ଆଚରଣ ଓ ବିଜେପି ସରକାରଙ୍କ ଆଇନ ଶୃଙ୍ଖଳା ରକ୍ଷା କରିବାରେ ଦୋହରା ମାପଦଣ୍ଡ ପାଇଁ କଟୁ ସମାଲୋଚନା କରିଥିଲେ। ଗୋଟିଏ ପଟେ, ବିଜେପି ବିଧାୟକ ବା କର୍ମୀ ଅପରାଧରେ ଲିପ୍ତ ରହୁଛନ୍ତି ଅପରପକ୍ଷରେ ବିଜେପି ସରକାର ସେମାନଙ୍କୁ ଘଣ୍ଟ ଘୋଡାଉଛି। ସେ କୁଚିଣ୍ଡା ଗଣବଳାତ୍କାର ହେଉ କି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମାମଲା ହେଉ, ବିଜେପି ସରକାର କାର୍ୟ୍ୟାନୁଷ୍ଠାନ ନେବା ପୂର୍ବରୁ ଅଭିଯୁକ୍ତର ଚେହେରା ଦେଖି ନେଉଛନ୍ତି। ଏହି କାରଣରୁ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡିଛି। ଆଜିର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତି ରାଜ୍ୟ ସରକାରଙ୍କ କାର୍ୟ୍ୟଶୈଳୀ ଉପରେ ପ୍ରଶ୍ନ ସୃଷ୍ଟି କରିଛି।