ବିଜେପି ପକ୍ଷରୁ କୁଶ ପୁତ୍ତଳିକା ଦାହ ।

ଶୁକ୍ରବାର ଦିନ ସଂସଦରେ ହୋଇଥିବା ବଜେଟ ଅଧିବେଶନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରପଦି ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ଭୋର୍ଦ୍ଧିତ କରିଥିଲେ। ତେବେ ରାଷ୍ଟ୍ରପତି ଙ୍କ ଅଭିଭାଷଣକୁ ନେଇ କଂଗ୍ରେସ୍ ନେତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ରାଜନୈତିକ ଝଡ ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଅଭିଭାଷଣ ଦେଲା ପରେ କ୍ଳାନ୍ତ ହୋଇ ପଡିଛନ୍ତି, ରାଷ୍ଟ୍ରପତିଙ୍କ ଅଭିଭାଷଣ ବୋରିଂ ଥିଲା, ରାଷ୍ଟ୍ରପତି ଜଣେ ଗରିବ ମହିଳା ବୋଲି ସୋନିଆ ଗାନ୍ଧୀ କହିଥିଲେ। ରାଷ୍ଟ୍ରପତିଙ୍କ ଭାଷଣ ଅତ୍ୟନ୍ତ ବିରକ୍ତି ଜନକ ଥିଲା। ଏହିପରି ମନ୍ତବ୍ୟ ଗୁଡ଼ିକୁ ରାଷ୍ଟ୍ରପତି ଭବନ ପକ୍ଷରୁ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଅଟେ।

ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧି ଦେଶକୁ, ଆଦିବାସୀ ସମାଜକୁ ଏବଂ ରାଷ୍ଟ୍ରପତିଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି।ଏହି ସଂକ୍ରାନ୍ତରେ ଆଜି ରାୟଗଡ଼ ଜିଲ୍ଲା ସଭାପତି ଶିଵ ପଟନାୟକଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କପିଳାସ ଛକ ନିକଟରେ ରାହୁଲ ଓ ସୋନିଆ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରଯାଇଛି। ବିଜେପି ସଭାପତି ଶ୍ରୀ ପଟନାୟକ କହିଛନ୍ତି ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଏହିଭଳି ମନ୍ତବ୍ୟ ଦେଇ ଦେଶର ସର୍ବୋଚ୍ଚ ସମ୍ବିଧାନିକ ପଦରେ ଥିବା ବ୍ୟକ୍ତି ଜଣେ ମହିଳା ଅଟନ୍ତି। ଏବଂ ସେ ଜଣେ ଆଦିବାସୀ। ସୋନିଆ ଓ ରାହୁଲ ଆଦିବାସୀଙ୍କୁ ଅପମାନିତ କରିଛନ୍ତି। ସେହିଭଳି କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ସାମନ୍ତବାଦୀ ଏବଂ ଅହଂକାର ର ମାନସିକତା। ବିଜେପି ଏହା କେବେ ମଧ୍ୟ ବର୍ଦସ୍ତ କରିବ ନାହିଁ। କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାନ ସଭା ବିଧାୟକ ଶ୍ରିଯୁକ୍ତ ରଘୁରାମ ମାଛ, ରାୟଗଡ଼ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶିବ ପଟନାୟକ, ଶ୍ରୀଯୁକ୍ତ କାଳୀରାମ୍ ମାଝୀ, ଶ୍ରୀ ପଦ୍ମନାଭ ଦାସ, ଅଶ୍ଵିନୀ କୁମାରୀ କଞ୍ଚାଡା, ଅଶ୍ଵିନୀ ନାୟକ, ରଜତ ମାଦଳା, ଗୁଡଲା ଲକ୍ଷ୍ମୀ, ଓ ବିଜେପି ଦଳର ମାନ୍ୟଗଣ୍ୟ ବ୍ୟକ୍ତି ଓ କର୍ମି ମାନେ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ

Odisha Darpan Digital