ବିଜେପି ବିଧାୟକ ସୁକାନ୍ତଙ୍କୁ ଗିରଫ ପାଇଁ ଦାବି କଲା ବିଜେଡି

ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ଖଟୁଆଙ୍କ ବିରୋଧରେ ବାହାରିଛି ରାଜ୍ୟ ମହିଳା ବିଜେଡି । ସୁକାନ୍ତଙ୍କୁ ଗିରଫ ଦାବି କରି ରାଜ୍ୟ ମହିଳା ବିଜେଡି ରାଜରାସ୍ତାକୁ ଓହ୍ଲାଇଛି । ଶତାଧିକ ବିଜେଡି ମହିଳା କର୍ମୀ ଏକତ୍ରିତ ହୋଇ ନୀଳଗିରି ବିଜେପି ବିଧାୟକ ସୁକାନ୍ତ ଖଟୁଆଙ୍କୁ ମନଇଛା ଶୁଣାଇଛନ୍ତି । ସୁକାନ୍ତଙ୍କୁ ବିରୋଧ କରି ରାଜମହଲ ଛକରୁ ବିଜେଡି ମହିଳା ମୋର୍ଚ୍ଚାର ଏକ ଶୋଭାଯାତ୍ରା ବାହାରିଥିଲା । ମହିଳାମାନେ ରାଲି କରି ନୀଳଗିରି ବିଧାୟକ ସୁକାନ୍ତ ଖଟୁଆଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।ଜଣେ ମହିଳାଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଏପରି କୁତ୍ସିତ ମନ୍ତବ୍ୟ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ସୁକାନ୍ତଙ୍କୁ ଗିରଫ ସହ ତାଙ୍କୁ ବିଧାୟକ ପଦରୁ ଇସ୍ତଫା ଦେବାକୁ କୁହାଯାଉ ବୋଲି ବିଜେଡି ନେତ୍ରୀମାନେ କହିଥିଲେ । ଯଦି ପ୍ରଶାସନ ଏଥିରେ ଅବହେଳା କରେ ତେବେ ଆଗାମୀ ଦିନରେ ବିଜେଡି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ଚେତାବନୀ ଦିଆଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital