ବିଜେପି ରାଜ୍ୟ ସଭାପତିଙ୍କ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ, ଅବସରରେ ଏକ ପ୍ରେସମିଟ ସହିତ ଜିଲ୍ଲା ବିଜେପି କର୍ମକର୍ତା ସମ୍ମିଳନୀ ରେ ଯୋଗଦେଇ ଦଳୀୟ ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେର୍କେଟା, ରାୟଗଡା ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ରାଷ୍ଟ୍ରୟ ଆଦିବାସୀ ମୋର୍ଚା ସାଧାରଣ ସମ୍ପାଦକ କାଳୀରାମ ମାଝୀ, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ରାୟଗଡା, ବିଷମକଟକ, ଗୁଣୁପୁରୁ ବିଧାୟକ ପ୍ରାର୍ଥୀ ସହିତ ସମସ୍ତ କାର୍ଯ୍ୟକର୍ତା ଏହି ଜିଲ୍ଲା ସ୍ତରୀୟ ବିଜେପି କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କ ୧୦୦ଦିନଆ ସହିତ ଏକ ବର୍ଷ ଓ ପାଞ୍ଚ ବର୍ଷର କାର୍ଯ୍ୟସୂଚୀ ବିଷୟରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ଅନ୍ୟ ପକ୍ଷରେ ନିର୍ବାଚନ ପୂର୍ବରୁ ଘୋଷଣା କରିଥିବା ଚାରି ଦ୍ୱାର ଖୋଲିବ, ଚାଷୀଙ୍କୁ ଧାନର ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି କରିବା, ଟୁରିଜିମର ଉର୍ଣ୍ଣତି କରଣ ସହ ରାଜ୍ୟରେ ଦାଦନ ସମସ୍ୟା ଦୂର କରାଯିବା ନେଇ ପଦକ୍ଷପ ନିଆଯାଇଥିବା କହିଛନ୍ତି ଏହି ଅବସରରେ ରାୟଗଡା ଜିଲ୍ଲାରେ ସ୍ବନ୍ତ୍ରତ ଭାବେ ୩ଲାଇନ ବିଶିଷ୍ଟ ରେଳ ଧାରଣା ବିଛାଯିବା ସହିତ ଜିଲ୍ଲାରେ ରେଳ ଡିଭିଜନକୁ ଯଥାଶୀଘ୍ର ସ୍ଥାପନା କେରିବା, ସ୍ଵର୍ଣ ଚତୁର୍ଭୁଜ ଯୋଜନାରେ ରାୟଗଡା ଜିଲ୍ଲାରୁ ମାଲକାନଗିରି ପର୍ଯନ୍ତ ୪ଲାଇନ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣକୁ ପ୍ରାଧlନ୍ୟ ଦିଆଯାଇଥିବା ନେଇ ବିଜେପି ସଭାପତି ପ୍ରକାଶ କରିଛନ୍ତି।