ବିଜେପି ରାଜ୍ୟ ସଭାପତି ପଦ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ

ଆଜି ବିଜେପି ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ।  କାଲି ନିର୍ବାଚନ ।ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।  କିଏ ହେବେ ନୂଆ ସଭାପତି ଆଜି ଚିତ୍ର ସ୍ପଷ୍ଟ ହୋଇଯିବ। ଓଡ଼ିଶା ବିଜେପି ସାଂଗଠାନିକ ନିର୍ବାଚନର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଆଜି ଓଡ଼ିଶା ଆସିବେ ।ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମତଦାତା ସୂଚୀ ପ୍ରକାଶ ପାଇଛି ।  ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ହେବ। ଯଦି ସହମତି ଭିତ୍ତିରେ ଜଣେ ପ୍ରାର୍ଥୀ ନାମାଙ୍କନ ଭରନ୍ତି ତେବେ ଆସନ୍ତାକାଲି ହିଁ କିଏ ଆଗାମୀ ବିଜେପି ସଭାପତି ହେବେ ଜଣାପଡ଼ିଯିବ । ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରନ୍ତି ତେବେ ୮ ତାରିଖରେ ନିର୍ବାଚନ ହେବ । ତେବେ ମନମୋହନ ସାମଲ ରାଜ୍ୟ ସଭାପତି ପଦରେ ରିପିଟ୍ ହେବେ ନା ଆଉ କିଏ ନୂଆ ମୁଖିଆ ହେବେ। ପଶ୍ଚିମବଙ୍ଗ ଫର୍ମୁଲାରେ ନୂଆ ନେତାଙ୍କୁ ଦାୟିତ୍ବ ଦିଆଯିବ ନା ଏବେକାର ସଭାପତି ପୁଣି ଥରେ ନାମାଙ୍କନ ଭରିବେ। ମନମୋହନ ଫ୍ରଣ୍ଟରନର ଥିବା ବେଳେ ରେସରେ ଗୋଲକ ମହାପାତ୍ର ଓ ବିରଞ୍ଚି ନାରାୟଣ ତ୍ରିପାଠୀ ମଧ୍ୟ ରହିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital