ରାଜଧାନୀ ଭୁବନେଶ୍ୱରରେ ମାତିଛି ହାଉସ୍ ରେଣ୍ଟ ବ୍ରୋକର୍। OLXରେ ଘର ଭଡ଼ା ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଲଗାଉଛି ଚୂନ। ଗୋଟିଏ ଘରକୁ ଏକାଧିକ ବ୍ୟକ୍ତିଙ୍କୁ ଦେଖାଇ ଲୁଟି ନେଇଛି ଲକ୍ଷାଧିକ ଟଙ୍କା। ଘଟଣା ଘଟିଛି ଭୁବେନଶ୍ଵର ମୈତ୍ରୀବିହାର ଥାନା ଅଧିନ ଓଁ ଗାର୍ଡେନରେ । ଏକ ଘରକୁ ଦେଖାଇ ଦଲାଲ ମାଲାମାଲ ହୋଇଥିବା ବେଳେ, ଭଡ଼ାଟିଆ କାନ୍ଦୁଛନ୍ତି।
ନିଜ ବାପାଙ୍କ ଘର କହି ଏକ ଥ୍ରୀ ବିଏଚେକ ଘରକୁ ବୁଲି ବୁଲି ଦେଖାଉଛି ଦଲାଲ । ୨୦ ହଜାର ଯାଗାରେ ୧୦ ହଜାର ଟଙ୍କାରେ ଘର ଦେବାର ବିଜ୍ଞାପନ ଲଗାଇ ଲୋକଙ୍କୁ ଘର ଦେଖାଉଛି । ଆଉ ଜଲଦି ଟଙ୍କା ନ ଦେଲେ ଘର ଆଉ କିଏ ନେଇଯିବ ବୋଲି କହି ଡରାଇ ଦିଅନ୍ତି । ଅଗ୍ରିମ ୨ ମାସର ଭଡା ଦେଇ ଘର ବୁକିଂ କରିବ କହି ଟଙ୍କା ନେଇଯାଏ । ଆଉ ଟଙ୍କା ନେଲା ପରେ ଦଲାଲର ଫୋନ ସୁଇଚ ଅଫ୍ । ଏମିତି ହେଉଛି ଟଙ୍କା ଲୁଟ୍ ।ଖାଲି ଭଡ଼ାଟିଆ ନୁହଁନ୍ତି, ଘର ମାଲିକଙ୍କୁ ମଧ୍ୟ ଚିଟିଂ କରିଛି। ଏନେଇ ଅଭିଯୋଗ ହେବା ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ଜାଲ ବିଛାଇଛି କମିଶନରେଟ୍ ପୁଲିସ୍।ଏହିଭଳି ଝାଡ଼ଖଣ୍ଡର ଶିଖା ଗୁପ୍ତା ଶର୍ମା ଜଣେ ସଫ୍ଟୱେର ଇଞ୍ଜିନିୟର। ସେ ମଧ୍ୟ ଠକାମୀର ସ୍ୱୀକାର ହୋଇଛନ୍ତି |