ଆଠଗଡ ବିଡିଓଙ୍କର ଅମାପ ସଂପତି। ଘରର ଥାକରେ ବିଡା ବିଡା ଟଙ୍କା, କପ ବୋର୍ଡରେ ସୁନା, ରୂପା ସହିତ ହୀରା ହାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପଙ୍କ ଘରେ ଚଢାଉ କରିଛଇ ଭିଜିଲାନ୍ସ। ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ ଓ ଆଠଗଡ ସମେତ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି।
ସୂଚନା ଅନୁସାରେ ଭୁବନେଶ୍ୱରର ଗୌତମ ନଗର ସ୍ଥିତ ବାସଭବନ, ଆଠଗଡରେ ଥିବା କାର୍ଯ୍ୟାଳୟ ଓ କ୍ୱାଟର, ରାଜସୁନାଖଳାରେ ପୈତୃକ ବାସଭବନରେ ଆଜି ସକାଳୁ ଚଢାଉ ହୋଇଛି। ଚଢାଉରେ ୬ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଏବଂ ୧୦ଜଣ ଏଏସଆଇ ସାମିଲ ହୋଇଛନ୍ତି। ନୟାଗଡରେ ରହିଛି ୩ଟି ପ୍ଲଟ ଓ ଭୁବନେଶ୍ୱରରେ ଫ୍ଲାଟ। ବାବୁଙ୍କ ବ୍ୟାଙ୍କ ଓ ପୋଷ୍ଟାଲ ଜମା, ବୀମା, ଲକର ଏବଂ ଡିପୋଜିଟକୁ ନେଇ ଚାଲିଛି ଖୋଳତାଡ।