ବିଦା ହେଲେ ବଡ ବାବୁ : ଅଫିସ ଭିତରେ କରୁଥିଲେ ରାସଲୀଳା

କର୍ଣ୍ଣାଟକ ଡିଜିପି ତଥା ବରିଷ୍ଠ ଆଇପିଏସ ଅଧିକାରୀ ରାମଚନ୍ଦ୍ର ରାଓଙ୍କୁ ସସପେଣ୍ଡ କରାଯାଇଛି । ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରଲ ହେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୋସିଆଲ ମିଡିଆରେ ରାମଚନ୍ଦ୍ର ରାଓଙ୍କ କିଛି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ପୋଲିସ ଅଧିକାରୀ ତାଙ୍କ ଅଫିସରେ ପୋଲିସ ବର୍ଦ୍ଦିରେ ବସିଥିବା ନଜର ଆସୁଛନ୍ତି । ଭିଡିଓରେ ଜଣେ ମହିଳା ପୋଲିସ ଅଧିକାରୀଙ୍କ ସହିତ ଅଛନ୍ତି । ଅଧିକାରୀ ଜଣକ ମହିଳାଙ୍କ ସହିତ ଅଶ୍ଳୀଳ କାର୍ଯ୍ୟ କରୁଥିବାର ଦେଖାଯାଉଛି ।

ଅନ୍ୟପକ୍ଷରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏହି ଭାଇରାଲ ଭିଡିଓ ଉପରେ ଗୃହ ମନ୍ତ୍ରଣାଳୟଠାରୁ ତଦନ୍ତ ରିପୋର୍ଟ ମାଗିଛନ୍ତି । ଭାଇରାଲ ଭିଡିଓରେ ଦେଖାଯାଉଥିବା ଆଇପିଏସ ଅଧିକାରୀ ହେଉଛନ୍ତି ରାମଚନ୍ଦ୍ର ରାଓ । ରାମଚନ୍ଦ୍ର ରାଓ କର୍ଣ୍ଣାଟକର ଜଣେ ଡିଜିପି ରାଙ୍କ ଅଧିକାରୀ । ସାମ୍ନାକୁ ଆସିଥିବା ଭିଡିଓରେ ରାମଚନ୍ଦ୍ର ରାଓ ମହିଳାଙ୍କୁ ଆଲିଙ୍ଗନ ଏବଂ ଚୁମ୍ବନ କରୁଥିବାର ଦେଖାଯାଉଛି ।ସେପଟେ ରାମଚନ୍ଦ୍ର ରାଓ କହିଛନ୍ତି, ”ଏହି ମିଥ୍ୟା । ମୋ ଭାବମୂର୍ତ୍ତିକୁ ଖରାପ କରିବାକୁ ଏହା ଏକ ଷଡ଼ଯନ୍ତ୍ର । ଏହା କାୟାକଳ୍ପିତ । ମୋର ଏ ବିଷୟରେ କୌଣସି ଜ୍ଞାନ ନାହିଁ । ଭିଡ଼ିଓର ସତ୍ୟତା ପ୍ରମାଣିତ କରିବା ପାଇଁ ଫରେନ୍ସିକ୍ ପରୀକ୍ଷା ଦାବି କରିଛନ୍ତି ।

ଅଧିକ ପଢନ୍ତୁ