ବିଦେଶରୁ ଚାକିରି ପାଇଁ ଆସୁଛି କି ଅଫର ?

ଆତଙ୍କ ସୃଷ୍ଟି କରିଛନ୍ତି ସାଇବର ଲୁଟେରା। ଆଖି ପିଛୁଳାକେ ଖାଲି କରିଦେଉଛନ୍ତି ବ୍ଯାଙ୍କ ଆକାଉଣ୍ଟ। ସେହିପରି ସାଂଘାତିକ ହେଲାଣି ଡିଜିଟାଲ ଆରେଷ୍ଟ। ପୋଲିସ, ଇଡି, ସିବିଆଇ ଅଧିକାରୀ କହି ଲୁଟ କରୁଛନ୍ତି ସାଇବର ଅପରାଧୀ । କଟକ ଶ୍ରୀ ବିହାର କଲୋନୀ ଅଞ୍ଚଳର ବିଶ୍ଵଦୀପ୍ ଚାକିରୀ ଆଶାରେ ଟାଇମ୍ସ ଜବ୍ ରେ ପ୍ରଥମେ ଚାକିରୀ ଆବେଦନ କରିଥିଲେ । ଦୁଇଟି ସୋପାନ ଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ ।

ଏହାପରେ ଉକ୍ତ କଂପନୀର ଅଧିକାରୀ ମାନେ ଦୁଇଟି ପର୍ୟ୍ୟାୟରେ ତାଙ୍କ ଠାରୁ ୨ଲକ୍ଷ ଟଙ୍କା ପୋସେସିଙ୍ଗ ଓ ଭିସା ବାବଦକୁ ନେଇଥିଲେ, ପୁଣିଥରେ ତାଙ୍କ ଠାରୁ ଅର୍ଥ ଦାବି କରିଥିଲେ ଉକ୍ତ କଂପନୀ ଏନେଇ ବିଶ୍ୱଦୀପ ଅସମର୍ଥ ପ୍ରକାଶ କରିବା ସହ ଟଙ୍କା ଫେରାଇବାକୁ କହିଥିଲେ, କଂପନୀ କହିଥିଲା କି ନଭେମ୍ୱର ୧୫ ସୁଦ୍ଧା ଆପଣଙ୍କ ଟଙ୍କା ଫେରାଇ ଦେବୁ, ହେଲେ କମ୍ପାନୀ ଯେଉଁ ମୋବାଇଲ ନମ୍ୱର ଦେଇଥିଲା ତାହା ବନ୍ଦ ଥିବା ନେଇ ଅଭିଯୋଗ କରିଛନ୍ତି ବିଶ୍ୱଜିତ୍ । ଅନ୍ୟପଟେ ଚାକିରି ଲୋଭରେ ଭରତୀୟମାନେ କମ୍ବୋଡିଆ, ମିଆଁମାର ଓ ଲାଓ ଭଳି ଦେଶକୁ ଯାଉଛନ୍ତି। ଏମାନେ ଭିଜିଟର ବା ଟୁରିଷ୍ଟ ଭିସାରେ ଏହି ସବୁ ଦେଶକୁ ଯାଉଛନ୍ତି । ବ୍ୟୁରୋ ଅଫ ଇମିଗ୍ରେସନର ତଥ୍ୟ ଅନୁସାରେ ଜାନୁଆରୀ ୨୦୨୨ ରୁ ମେ ୨୦୨୪ ମଧ୍ୟରେ ଯାଇଥିବା ୩୦ ହଜାର ଭାରତୀୟ ଏପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି।

ଅଧିକ ପଢନ୍ତୁ

Odisha Darpan Digital