ବିଦ୍ୟୁତଜନିତ ସମସ୍ୟାର ପ୍ରତିକାର ପାଇଁ ଆଗୁଆ ବ୍ୟବସ୍ଥା କର- ମୁଖ୍ୟମନ୍ତ୍ରୀ

ଗତ ସୋମବାର ଲୋକସଭା ଭବନଠାରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମୀକ୍ଷା ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ବିଦ୍ୟୁତ୍‍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏବଂ ପିଏମ୍‍ ସୂର୍ଯ୍ୟଘର ଯୋଜନାରେ ରାଜ୍ୟରେ ଅଧିକ ଲୋକଙ୍କୁ ସାମିଲ୍‍ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା ବୈଠକରେ ଶକ୍ତି ବିଭାଗର ବଜେଟ୍‍ ଖର୍ଚ୍ଚ ଅତିକମ୍‌ରେ ୮୫% କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖରାଦିନେ ସାଧାରଣତଃ ଓଭରଲୋଡିଂ ସମସ୍ୟା ଯୋଗୁ ବିଦ୍ୟୁତ୍‍ କାଟ ହୋଇଥାଏ।

ଏହାକୁ ପ୍ରତିହତ କରିବା ପାଇଁ ଫିଡର ଓ ଟ୍ରାନ୍ସଫରମରଗୁଡ଼ିକୁ ଅପଗ୍ରେଡ୍‍ କରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ବିଦ୍ୟୁତ୍‍ ଯୋଗାଣ କ୍ଷେତ୍ରରେ ଏକ ସୁଦୃଢ଼ ବ୍ୟାକ୍‍ଅପ୍‍ ବ୍ୟବସ୍ଥା ରଖିବାକୁ ସେ କହିଥିଲେ। ପିକ୍‍ ଆୱାରର ଚାହିଦାକୁ ମେଣ୍ଟାଇବା ପାଇଁ ବିଭିନ୍ନ ଶକ୍ତି ଉତ୍ପାଦନକାରୀ କମ୍ପାନୀଙ୍କ ସହିତ ଆଲୋଚନା କରି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଶକ୍ତି ଉପଲବ୍ଧ କରିବାକୁ ସେ ପରାମର୍ଶ ଦେଇଥିଲେ। ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଅନାବଶ୍ୟକ ଭାବେ ହେଉଥିବା ବିଦ୍ୟୁତ୍‍ ଶକ୍ତିର ଅପଚୟକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଦିନରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ସେନ୍‍ସରଯୁକ୍ତ ବିଦ୍ୟୁତ୍‍ ଉପକରଣ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।

ଅଧିକ ପଢନ୍ତୁ