କାମାକ୍ଷାନଗର ଥାନା ବଡ଼ମୁକ୍ତାପଶି ଗାଁ ନିକଟରେ ୧୩୨ କେଭି ବିଦ୍ୟୁତ ଟାୱାର ରେ ନିଶାସକ୍ତ ଅବସ୍ଥା ରେ ଚଢ଼ିଗଲା ଯୁବକ l । ଅଢେଇ ଘଣ୍ଟା ଧରି ସେ ବିଦ୍ୟୁତ ଟାୱାରରେ ବସିଥିଲେ । ସେହି ଟାୱାରର ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରାଯାଇଥିଲା ।ତେବେ ଚଢ଼ିବା ପରେ ଓଲ୍ହାଇବାର ନାଁ ଧରୁନଥିଲା ଯୁବକ l ଯେଉଁଥିପାଇଁ ପୋଲିସ, ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗକୁ ନାକେଦମ ହେବାକୁ ପଡିଥିଲା l ଶେଷରେ ନିଶାସକ୍ତ ଯୁବକକୁ ଉଦ୍ଧର କରା ଯାଇଥିଲା |
