ବିଦ୍ୟୁତ ବିଲ୍‌ ପଇଠ ପାଇଁ ପୋର୍ଟାଲ ଓ ମୋବାଇଲ୍‌ ଆପ୍ଲିକେସନ୍‌ ଲୋକାର୍ପିତ

ଓଡ଼ିଶାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା, ଏସ୍‌ଆଇସି, ଭୁବନେଶ୍ୱର ଓ ଟାଟା ପାୱାର କମ୍ପାନି ଲିମିଟେଡ୍‌ର ମିଳିତ ଉଦ୍ୟମରେ ଗ୍ରାମପଞ୍ଚାୟତ ସ୍ତରରେ ଜନସାଧାରଣ ଯେପରି ସହଜରେ ବିଦୁ୍ୟତ ଦେୟ ପଇଠ କରିପାରିବେ ସେଥି ପାଇଁ ଜିଏସ୍‌ଏମ୍‌ସି ନାମକ ଏକ ପୋର୍ଟାଲ ଓ ମୋବାଇଲ୍‌ ଆପ୍ଲିକେସନ୍‌ର ଲୋକାର୍ପିତ ହୋଇଛି ।ଏହାକୁ କେନ୍ଦ୍ର ସରକାରଙ୍କ ପଞ୍ଚଦଶ ଅର୍ଥ କମିସନ୍‌ ଓ ରାଜ୍ୟ ପଞ୍ଚମ ଅର୍ଥ କମିସନ୍‌ ଅନୁଦାନର ସୁପରିଚାଳନା ନିମନ୍ତେ ନିର୍ମିତ ଇ-ଗ୍ରାମ ସ୍ୱରାଜ ଅନଲାଇନ୍‌ ପ୍ଲାଟଫର୍ମ୍‌ ସହ ସଂଯୋଗୀକରଣ କରାଯାଇଛି।

ବିଜୁଳି ଦେୟ ପୈଠକୁ ସରଳ ଓ ସୁଗମ କରିବା ସହ ସ୍ୱଚ୍ଛତା ଓ ଦାୟିତ୍ୱବୋଧତା ବଜାୟ ରଖିବା ଏହାର ପ୍ରମୁଖ ଲକ୍ଷ୍ୟ। ଏହି ଆପ୍ଲିକେସନ୍‌ ମାଧ୍ୟମରେ ଟାଟା ପାୱାର ଓଡ଼ିଶା ଡିସକମ୍‌, ଗ୍ରାମପଞ୍ଚାୟତ ଓ ସରକାର ଗୋଟିଏ ପ୍ଲାଟଫର୍ମକୁ ଆସି ପାରିବେ । ଏହା ଦ୍ୱାରା ଗ୍ରାମପଞ୍ଚାୟତର ବିଦ୍ୟୁତ ଶୁଳ୍କ ଦେୟ ସମ୍ବନ୍ଧୀୟ ଅଭିଯୋଗ ପଞ୍ଜୀକରଣ ଓ ତାହାର ସରଳ ସମାଧାନ ପ୍ରଭାବୀ ଢଙ୍ଗରେ ହୋଇପାରିବ । ଜି.ସି.ଏମ୍‌.ଏସ୍‌ ଏବଂ ଇ-ଗ୍ରାମ ସ୍ୱରାଜର ସଂଯୋଗୀକରଣ ଫଳରେ ପଞ୍ଚାୟତରେ ପିଇଓମାନେ ସହଜରେ ବିଦ୍ୟୁତ ବିଲ୍‌ ପାଇପାରିବେ ଏବଂ ଏହାକୁ ଅନୁମୋଦନ କରି ଗୋଟିଏ ଦିନ ମଧ୍ୟରେ ବିଦ୍ୟୁତ ବିଲ୍‌ ପୈଠ କରିବା ପାଇଁ ପଦକ୍ଷେପ ନେଇ ପାରିବେ ।

ଅଧିକ ପଢନ୍ତୁ