ବିଧାନସଭାରେ ଆଗତ ହେଲା ଅନ୍ତରୀଣ ବଜେଟ

ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ ହୋଇଛି ।ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ନିଜର ବଜେଟ ଉପସ୍ଥାପନ ବେଳେ ସେ କହିଛନ୍ତି ଯେ, ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି। ଯାହାକି ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌ରେ କୃଷି ପାଇଁ ୨୮୯୪୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ପୂର୍ବବର୍ଷ ତୁଳନାରେ ୧୬.୬% ଅଧିକ ରହିଛି । କାଳିଆ ଯୋଜନାରେ ୬୨.୮୧ ଲକ୍ଷ ଚାଷୀ ପରିବାରକୁ ଆର୍ଥିକ ସହାୟତା ମିଳିଛି ।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ଘୋଷଣା କରିଛି । ଧାନ ମୂଲ୍ୟ ସଠିକ୍‌ ସମୟରେ ପ୍ରଦାନ ପାଇଁ ୨ ହଜାର କୋଟିର ରିଭଲ୍‌ଭିଂ ଫଣ୍ଡ। ଆଗାମୀ ୫ ବର୍ଷରେ ୧୮୫୮ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ହେବ। ରୂପାନ୍ତରଣ ପାଇଁ ୫ବର୍ଷରେ ୩୩୮୯ କୋଟି ବ୍ୟୟ କରାଯିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ ହୋଇଛି। ସେହିପରି କୃଷି ପାଇଁ ୨୮ ହଜାର ୯୪୪ କୋଟିର ବ୍ୟୟବରାଦ କରାଯାଇଛି।ଜଳସେଚନ ଉପରେ ରାଜ୍ୟ ସରକାର ଫୋକସ ଦେଉଛନ୍ତି । ୨୦୨୪-୨୫ରେ ୨୫ଟି ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ହେବ । ଏହି ପ୍ରକଳ୍ପ ପାଇଁ ୮୬୦ କୋଟିର ପ୍ରସ୍ତାବ ରହିଛି । ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୫ ବର୍ଷ ମଧ୍ୟରେ ୧୦୭୫୯ କୋଟି ବ୍ୟୟରେ ୧୭୦ଟି ନୂଆ ପ୍ରକଳ୍ପ ନିର୍ମାଣ ହେବ ।

ଅଧିକ ପଢନ୍ତୁ

kc ads