ବିଧାନସଭାରେ ଉଠାଯାଇଥିବା ସମସ୍ତ ପ୍ରସଙ୍ଗର ଉତ୍ତର ସଠିକ୍ ଭାବେ ରଖିବେ ବିଭାଗୀୟ ସଚିବ

ସେପ୍ଟେମ୍ବର ୧୮ରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବ ।ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ । ଚିଠିରେ କୁହାଯାଇଛି, ବିଧାନସଭାରେ ଉଠାଯାଇଥିବା ସମସ୍ତ ପ୍ରସଙ୍ଗର ଉତ୍ତର ସଠିକ୍ ଭାବେ ରଖିବେ ବିଭାଗୀୟ ସଚିବ। ବିଧାନସଭା ସମୟରେ ସମସ୍ତ ସଚିବ ସଦର ମହକୁମାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ।

ଏହି ସମୟରେ ସଚିବମାନେ ବିଦେଶ ଯାତ୍ରାରୁ ନିବୃତ୍ତ ରହିବେ । ରାଜ୍ୟ ବାହାରକୁ ଗସ୍ତ ମଧ୍ୟ ଯଥା ସମ୍ଭବ ସୀମିତ ରଖିବାକୁ ଚିଠିରେ କୁହାଯାଇଛି। ବିଧାନସଭା ପ୍ରଶ୍ନ ମୁଲତବି ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଗୁଡିକର ଉତ୍ତର ପାଇଁ ଆବଶ୍ୟକ ତଥ୍ୟ କ୍ଷେତ୍ର କର୍ମଚାରୀମାନେ ଯୋଗାଉଥିବାରୁ ସେମାନେ ସଦର ମହକୁମାରେ ଉପସ୍ଥିତ ରହିବା ବାଞ୍ଛନୀୟ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ଅଧିକ ପଢନ୍ତୁ

Odisha Darpan Digital