ବିଧାନସଭାରେ ଉଠିଲା ପାନୀୟ ଜଳ ପ୍ରସଙ୍ଗ,ମଲେଇ ଖାଇ ପଳେଇଲେ ଠିକାଦାର

କୋରାପୁଟ, ଜୟପୁର, ନନ୍ଦପୁର ଅଞ୍ଚଳରେ ଗୁଜରାଟ କମ୍ପାନୀ କାମ ନେଇଛି । ସେ କମ୍ପାନୀ କାହା କଥା ମାନୁନାହିଁ , ୩ ବର୍ଷ ହେଲାଣି କାମରେ କୌଣସି ଅଗ୍ରଗତି ହେଉନାହିଁ । ଯେଉଁଥିପାଇଁ ଲୋକମାନେ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି । ଏହାବାଦ୍ ୧୬ଟି ନିର୍ମାଣ କାମ ପୁରା ହୋଇଛି । ଏହାପରେ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୫ ସୁଦ୍ଧା ୫୬ଟି କାମ ସଂପୂର୍ଣ୍ଣ ହେବ । ବାକି ଡିସେମ୍ବର ୨୦୨୫ ସୁଦ୍ଧା ଆଉ ୫୪ଟି ସଂପୂର୍ଣ୍ଣ ହେବ । ୨୦୨୨-୨୩ ଶେଷ ଭାଗରେ ଆରମ୍ଭ ହୋଇଥିବା ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୮୧ଟି ୨୦୨୬ ସୁଦ୍ଧା ପୁରା ହୋଇଯିବ । ଯେଉଁ ଚୁକ୍ତି ହୋଇଛି, ତାହା ୫ ବର୍ଷ ରକ୍ଷଣାବେକ୍ଷଣ କରିବେ । ପାଣି ପାଇପ ପାଇଁ ନଷ୍ଟ ହୋଇଥିବା ରାସ୍ତା କାମ ମଧ୍ୟ କରିବେ । ଯେଉଁଠାରେ ଫ୍ଲୋରାଇଡ ପାଣି ବାହାରୁଛି, ସେଠାରେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି କାମକୁ ଅନୁଧ୍ୟାନ କରିବା ପାଇଁ ପଞ୍ଚାୟତର ସରପଞ୍ଚ ମାନଙ୍କୁ ସରକାର କ୍ଷମତା ଦେଇଛନ୍ତି ।

ଅଧିକ ପଢନ୍ତୁ