ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ । ମହାପ୍ରଭୁ ଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ବିଶ୍ଵରେ ଓଡ଼ିଶାର ଲୋକ ଯେଉଁଠି ରହୁଛନ୍ତି, ପଖାଳ ସେଇଠି ପହଞ୍ଚିଛି। ଓଡିଆମାନଙ୍କ ପାଇଁ ପଖାଳ ହେଉଛି ଜୀବନ ଧନ। ପଖାଳ ସହିତ ମା’ ର ସ୍ନେହ ଓ ଭାବ ଯୋଡି ହୋଇ ରହିଛି। ବିଭିନ୍ନ ରୋଗ ଓ ବାର୍ଦ୍ଧକ୍ୟ ଜନିତ ରୋଗର ଉପଶମ ପାଇଁ ପଖାଳ ହେଉଛି ଏକମାତ୍ର ଔଷଧ। ବିଭିନ୍ନ ରୋଗ ଓ ବାର୍ଦ୍ଧକ୍ୟ ଜନିତ ରୋଗର ଉପଶମ ପାଇଁ ପଖାଳ ହେଉଛି ଏକମାତ୍ର ଔଷଧ।
ବର୍ତ୍ତମାନର ନୂଆ ଜୀବନଧାରାରେ ଶାରୀରିକ ଓ ମାନସିକସ୍ତରରେ ସୁସ୍ଥ ଓ ସନ୍ତୁଳନ ରଖିବା ନିମନ୍ତେ ପଖାଳ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ସହଭାଗିତାରେ ଆୟୋଜିତ ବିଶ୍ଵ ପଖାଳ ଦିବସ ପାଳନ ଅବସରରେରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି। ଆଜି ବିଧାନସଭାରେ ପଖାଳ ଦିବସ ପାଳିତ ହୋଇଛି । ପଖାଳ ଦିବସ ପାଳିଛନ୍ତି ମୁଖ୍ୟମନ୍ତ୍ରୀ । ପଖାଳ ଖାଇ ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ନେତା ଓ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।