ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଜଭବନରୁ ବାହାରି ବିଧାନସଭାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦ ସଦସ୍ୟ । ଆଜି ପ୍ରଥମ ଥର ପାଇଁ ବିଧାନସଭାରେ ଉଦ୍‌ବୋଧନ ଦେବେ ମହାମହିମ । ବିଧାନସଭାରେ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି ଏବଂ ସମସ୍ତ ବିଧାୟକ । ବର୍ତ୍ତମାନର ବିଧାୟକଙ୍କ ସହ କିଛି ପୂର୍ବତନ ବିଧାୟକ ମଧ୍ୟ ଉପସ୍ଥିତ ଅଛନ୍ତି । ଅଭିଭାଷଣ ପରେ ୧୧ ନମ୍ବର ରୁମ୍‌କୁ ଆସି ସମୟ ବିତାଇବେ ରାଷ୍ଟ୍ରପତି । ୧୧ନଂ ପ୍ରକୋଷ୍ଠରେ ୧୫ରୁ ୨ ୦ ମିନିଟ ରହିବାର ସୂଚନା ମିଳିଛି । ସୂଚନାମୁତାବକ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଥିଲେ ।

ଅଧିକ ପଢନ୍ତୁ