ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ

ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ। ବନ୍ଦେ ମାତରମରୁ ଆରମ୍ଭ ହେଲା ଗୃହକାର୍ଯ୍ୟ। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି। ସେ କହିଛନ୍ତି, ବିକଶିତ ଭାରତ ପାଇଁ ଓଡିଶା ହେବ ଗ୍ରୋଥ ଇଞ୍ଜିନ । ୨୦୩୬ରେ ଓଡିଶା ଗଠନକୁ ଶହେ ବର୍ଷ ପୂରିବ । ସମୃଦ୍ଧ ଓଡିଶା ପାଇଁ ମୋ ସରକାର ଅନେକ କାମ କରିଛନ୍ତି । ସମୃଦ୍ଧ ଓଡିଶା ଗଠନ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରୁ ଓଡିଶାକୁ ବଡ ପ୍ରକଳ୍ପ ମିଳୁଛି । ଆତ୍ମନିର୍ଭର ଭାରତରେ ସେମି କଣ୍ଟକ୍ଟର ହବ ହେବ ଓଡିଶା । ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଇଛି । ଭୁବନେଶ୍ୱର- ଖୋର୍ଦ୍ଧା-କଟକକୁ ନେଇ ରିଂ ରୋଡ ନିର୍ମାଣ ହେଉଛି । ଭିତ୍ତିଭୁମି ସୁଦୃଢ କରିବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ଜୟଦେବ ବିହାର- ନନ୍ଦନକାନନ ରାସ୍ତା ଫ୍ଲାଏଓଭର ହେବ । ରାଜ୍ୟପାଳ ପୁଣି କହିଛନ୍ତି ଯେ, ବହୁମୁଖୀ ଦାରିଦ୍ର୍ୟକୁ ୫ ପ୍ରତିଶତକୁ ହ୍ରାସ କରିବା ଆମ ଟାର୍ଗେଟ୍। ମହିଳା ଶ୍ରମ ଶକ୍ତିକୁ ୭୦ ପ୍ରତିଶତକୁ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ। ରାଜ୍ୟରୁ ଅପପୃଷ୍ଟି ଓ ରକ୍ତହୀନତା ଦୂର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ଭିତ୍ତିଭୂମି ସୁଦୃଢ କରିବାକୁ ସରକାର ପ୍ରତିଶୃତିବଦ୍ଧ। ଏଥିପାଇଁ ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଉଛି। ୮୩୦୮ କୋଟି ଟଙ୍କା ବିନିଯୋଗରେ ୬ ଲେନ୍ ପ୍ରବେଶ-ନିୟନ୍ତ୍ରିତ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିନ୍ ରିଙ୍ଗ ରୋଡ୍ (ଭୁବନେଶ୍ବର ବାଇପାସ୍) ନିର୍ମାଣ ପାଇଁ ସବୁଜ ସଙ୍କେତ ମିଳିଛି।

ଅଧିକ ପଢନ୍ତୁ