ବିଧାନସଭା ଭିତରେ ବାଜିଲା ହୁଇସିଲ୍।

ଆଜି ବିଧାନସଭାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଦୀର୍ଘଦିନ ଧରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ଚାଲିପାରୁ ନ ଥିଲା। ସେହିପରି ଗୁରୁବାର ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ବିରୋଧୀଙ୍କ ହଙ୍ଗାମା ଯୋଗୁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।ତେବେ ଆଜି ବିଧାନ ସଭା ଆରମ୍ଭରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୋକ ପ୍ରସ୍ତାବ ଆଗତ କରିବା ପରେ, ଗୃହରେ ଏହାକୁ ସମର୍ଥନ ଜଣାଇଥିଲେ ବିରୋଧୀ ।

କିନ୍ତୁ ଏହା ପରେ ପରେ କଂଗ୍ରେସ ବିଧାୟକମାନେ ପ୍ରତିବାଦ ଆରମ୍ଭ କରିଦେଇଥିଲେ । ନାରୀ ସୁରକ୍ଷା ଦାବି କରି ବିଧାୟକମାନେ ହଟ୍ଟଗୋଳ କରିବା ସହ ପୋଡିୟମ ତଳେ ନାରାବାଜି କରିଥିଲେ । ବିଧାନସଭା ଭିତରେ ହୁଇସିଲ୍ ବଜେଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତି ବାରମ୍ବାର ହୁଇସିଲ୍ ବଜାଇବା ବନ୍ଦ କରିବାକୁ ଆଦେଶ ଦେଇଥିଲେ , ହେଲେ କିଛି କି ଖାତିର ନକରି ବିଧାୟକମାନେ ହୁଇସିଲ୍ ବଜାଇବା ଜାରି ରଖିଥିଲେ । ଯାହାପରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବି ଘୋଷଣା କରିଥିଲେ ।

ଅଧିକ ପଢନ୍ତୁ