ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପେନ୍ସନ ବୃଦ୍ଧି ଦାବି । ବିଧାନସଭାରେ ବୁଧବାର ପ୍ରଶ୍ନକାଳରେ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରସଙ୍ଗ ଉଠାଇଛନ୍ତି। ତାଙ୍କ କହିବା ମୁତାବକ, ପୂର୍ବତନ ବିଧାୟକମାନେ ବହୁତ କମ୍ ପେନସନ୍ ପାଉଛନ୍ତି, ତେଣୁ ସେମାନଙ୍କ ପେନସନ୍ ବଢାଇବା ଉଚିତ୍ । ବିଧାୟକଙ୍କ ଦାବି ପ୍ରତି ସରକାର ଧ୍ୟାନ ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି।ସୂଚାନୁଯାୟୀ, ୨୦୧୭ରେ ଶେଷ ଥର ପାଇଁ ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ୫୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହା ବ୍ୟତୀତ ଅଧିବେଶନରେ ଦୈନିକ ଯୋଗ ଦେବା ପାଇଁ ୧୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଥିଲା ।