ପ୍ରଦୀପଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଚାର୍ଜଫ୍ରେମ୍ । ୯ କୋଟି ୧୮ ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ରହିଛି । ବିଧାୟକଙ୍କ ସ୍ତ୍ରୀଙ୍କ ନାମରେ ମଧ୍ୟ ଚାର୍ଜଶିଟ୍ ଦାଖଲ ହୋଇଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚାର୍ଜଶିଟ୍ ଦାଖଲ କରାଯାଇଛି। ସ୍ପେଶାଲ ଜଜ୍, ସ୍ପେଶାଲ କୋର୍ଟରେ ଚାର୍ଜଫ୍ରେମ୍ ଦାଖଲ ହୋଇଥିବା ଜଣାପଡ଼ିଛି। ୨୦୨୨ ମସିହା ଜୁନରେ ମାସରେ ଲୋକାଯୁକ୍ତରେ ଏହି ଦାଖଲ ହୋଇଥିଲା ରିପୋର୍ଟ । ଲୋକାଯୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଦେଇଥିଲା ଚାର୍ଜସିଟ୍ ।
୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିଲା । ଟ୍ରାଏଲକୁ ଏଡାଇବାକୁ ଫନ୍ଦିଫିକର କରୁଥିଲେ ପ୍ରଦୀପ । ଶୁଣାଣି ଉପରେ ୨୬ଥର ସମୟ ଗଡ଼େଇଥିଲେ ପ୍ରଦୀପ ।