ବିନା ଅନୁମତିରେ ଜିରୋ ନାଇଟ୍‌ ସେଲିବ୍ରେସନ ମନା ।

ଆଗକୁ ଆସୁଛି ନୂଆବର୍ଷ । ସେଥିଲାଗି ସବୁଠୁ ଜୋରଦାର ପ୍ରସ୍ତୁତି ଚାଲିଛି । ତେବେ ନୂଆବର୍ଷକୁ ଆହୁରି ରଙ୍ଗୀନ କରେ ଜିରୋ ନାଇଟ୍ ସେଲିବ୍ରେସନ । କିନ୍ତୁ ଡିସେମ୍ବର ୩୧ ତାରିଖରେ ଜରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର । ଅବକାରୀ ବିଭାଗର ଅନୁମତି ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅବକାରୀ କମିଶନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି । ଜାନୁଆରୀ ମଧ୍ୟଭାଗ ଯାଏଁ ଏନେଇ ଯାଞ୍ଚ ଜାରି ରହିବ । ଏହାକୁ ରୋକିବା ପାଇଁ ଅବକାରୀ ବିଭାଗ ଖୁବ୍‌ଶୀଘ୍ର ପଦକ୍ଷେପ ନେବ ବୋଲି ନରସିଂହ ଭୋଳ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ