ବିନା ଫିଟନେସରେ ଗଡୁଛି ୧୧୭୧ ସ୍କୁଲ ବସ୍

ବିପଜ୍ଜନକ ସ୍ଥିତିରେ ସ୍କୁଲ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ୧୧୭୧ ବସରେ ନାହିଁ ଫିଟନେସ । ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ବ୍ୟବହାର ହେଉଛି ୪୦୪୫ ବସ । ରାଜଧାନୀରେ ଗଡୁଥିବା ୧୭ଟି ବସର ନାହିଁ ଫିଟନେସ ସାର୍ଟିଫିକେଟ ।ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି, ଡେଡଲାଇନ ଦେଲେ ଲୋକଙ୍କୁ ବାଧୁଛି । ତୁରନ୍ତ ଗାଡିର ଫିଟନେସ କରନ୍ତୁ । ନ ହେଲେ ବାତିଲ ହେବ RC । ଯାତ୍ରୀବାହୀ ବସ୍ ହେଉ କି ସ୍କୁଲ ବସ୍, ଯାହାର ବି ଫିଟନେସ ନାହିଁ, ତା ଉପରେ ଆକ୍ସନ ନିଆଯିବ । ପୂର୍ବରୁ ଆଖି ଦେଖି ଫିଟନେସ ଦିଆଯାଉଥିଲା । ଏବେ ATS ବା ଅଟୋମେଟିକ ଟେଷ୍ଟିଙ୍ଗ ସେଣ୍ଟର ଜରିଆରେ ଫିଟନେସ ଦିଆଯିବ । ସମୟ ଲାଗୁଥିବାରୁ ବର୍ତ୍ତମାନ ପୁଣି ମାନୁଆଲି ଫିଟନେସ ଦିଆଯିବ । ତେବେ ଖୁବ୍ଶୀଘ୍ର ATS ନିର୍ମାଣ ସରିବ ।

ଅଧିକ ପଢନ୍ତୁ