ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତି୍ୟକ ବିନୋଦ ଶୁକ୍ଳାଙ୍କୁ ମିଳିବ ସାହିତ୍ୟ ଜଗତ ତଥା ଦେଶର ସର୍ବୋଚ୍ଚ ସମାନ ଜ୍ଞାନପୀଠ ପୁରସ୍କାର । ଏନେଇ ବିନୋଦ ମନୋନୀତ ହୋଇଛନ୍ତି । ବିନୋଦଙ୍କୁ ୫୯ତମ ଜ୍ଞାନପୀଠ ପୁରସ୍କାର ମିଳିବ । ଯାହା ଛତିଶଗଡର ପ୍ରଥମ ଲେଖକ ଭାବରେ ସମ୍ମାନ ମିଳିବ। ୧୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଅନ୍ତର୍ଭୁକ୍ତ ଏହି ପୁରସ୍କାର ହିନ୍ଦୀ ସାହିତ୍ୟ, ସୃଜନଶୀଳତା ଏବଂ ଭିନ୍ନ ଲେଖା ଲେଖା ଶୈଳୀରେ ସ୍ୱତନ୍ତ୍ରତା ରହିଛି । ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ମିଳିବ ।ଦେଶର ଏହି ପ୍ରତିଷ୍ଠିତ ସମ୍ମାନ ନିମନ୍ତେ ମନୋନୀତ ହୋଇଥିବାରୁ ବିନୋଦ କୁମାର ଶୁକ୍ଳ ଅପାର ଖୁସି ବ୍ୟକ୍ତ କରିଥିବା ବେଳେ ଏଭଳି ସମ୍ମାନ ପାଇବେ ବୋଲି ସେ କେବେ ଭାବିନଥିଲେ କହିଛନ୍ତି।
ନିଜର ସହଜ ଭାଷା ଓ ସମ୍ବେଦନଶୀଳ ଲେଖନୀ ଚାଳନା ନିମନ୍ତେ ପରିଚିତ ଶୁକ୍ଳ କହିଛନ୍ତି ଯେ ‘ଏହା ଏକ ବଡ଼ ପୁରସ୍କାର। ମୁଁ କେବେ ଭାବିନଥିଲି ଏହି ପୁରସ୍କାର ପାଇବି। ତେବେ ରଚନା ସୃଷ୍ଟି କରିବା ବେଳେ କେବେ ମୁଁ ପୁରସ୍କାର କଥା ଭାବିନଥାଏ। ଲୋକେ ପ୍ରାୟ କହନ୍ତି ମୋତେ ଜ୍ଞାନପୀଠ ପୁରସ୍କାର ମିଳିବା ଉଚିତ, ଏଥିରେ ମୁଁ ବା କଣ କହନ୍ତି କିଛି କହିବାକୁ ଶବ୍ଦ ଖୋଜି ପାଏନି’। ଜ୍ଞାନପୀଠ ପୁରସ୍କାର ଭାରତୀୟ ଜ୍ଞାନପୀଠ ସଂସ୍ଥାଦ୍ୱାରା ଦିଆଯାଉଥିବା ଭାରତର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର । ସାହିତ୍ୟ ଏକାଡେମୀ ଫେଲୋସିପ ସହିତ ଏହା ଦେଶର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର । ଏହା ୧୯୬୧ରେ ଆରମ୍ଭ ହୋଇଥିଲା । ଏହାର ଅନୁମୋଦିତ ଯୋଗ୍ୟତା ଅନୁସାରେ କେବଳ ୨୨ଟି ସମ୍ବିଧାନ-ସ୍ୱୀକୃତ ଭାଷାରେ ଲେଖୁଥିବା ଭାରତୀୟ ନାଗରିକଗଣ ଏହି ପୁରସ୍କାର ପାଇପାରିବେ । ଏହି ପୁରସ୍କାର ଭାରତୀୟ ଜ୍ଞାନପୀଠ ସଂସ୍ଥାଦ୍ୱାରା ଦିଆଯାଇଥାଏ ।