ବିପଦପୂର୍ଣ୍ଣ ଅବସ୍ଥାରେ ରେଙ୍ଗାଲଜୁରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ: ୫୩ ବର୍ଷ ର ପୁରୁଣା ଆଜବେଷ୍ଟସ ସ୍କୁଲ ଘରେ ଚାଲିଛି ପାଠପଢ଼ା ।

ପାଟଣାଗଡ଼ ( ଜଗଦିଶ ଭୋଇ) ଶିକ୍ଷାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାମାନଙ୍କ ପାଇଁ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା କରାଯାଉଛି। ବଲାଙ୍ଗୀର ଜିଲ୍ଲାର ଅନେକ ସ୍କୁଲ ଆଜି ମଧ୍ୟ ଭଙ୍ଗା ଛାତ ତଳେ ଚାଲିଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁଯାୟୀ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୭୧ ରେ ନିର୍ମିତ ପୁରୁଣା ଛପର ଗୋଟାଏ ଶ୍ରେଣୀ ଗୃହ। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୪୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ବିଦ୍ୟାଳୟଟି ପ୍ରାୟ ୫୩ ବର୍ଷର ପୁରୁଣା ହେବ। ଶ୍ରେଣୀଗୃହ ଆଜବେଷ୍ଟସ ଛାତ ଘରେ ଚାଲିଛି। ସର୍ବ ଶିକ୍ଷା ଅଭିଯାନ ତରଫରୁ ଏକ ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ କରାଯାଇଥିଲା । ହେଲେ ଏହି ଶ୍ରେଣୀ କୋଠା ର ଛାତ ଉପରର ସିମେଣ୍ଟ ଛଡ ବାହାରି ଅତଡ଼ା ଖସି ପଡ଼ିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ଶ୍ରେଣୀ ଗୃହ ରହିଛି। ଏହି ଶ୍ରେଣୀ କୋଠାରେ ପାଠ ପଢି କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଥବା ପ୍ରଧାନ ଶିକ୍ଷକ କହିଛନ୍ତି । ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ପାଠପଢ଼ା। ବର୍ଷ ବର୍ଷ ଧରି ଏଭଳି ଭଳି ଭାବେ ଏଠାରେ ପାଠପଢ଼ୁଛନ୍ତି ଛାତ୍ରଛାତ୍ରୀ। ବାରମ୍ବାର ଏ ନେଇ ଅଭିଭାବକ ଏବଂ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।

ବର୍ତ୍ତମାନ ପ୍ରାଥମିକ ସ୍କୁଲରେ ୪୦ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ୨ ଜଣ ଶିକ୍ଷକ ରହିଛନ୍ତି ।ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଗୋଟିଏ ଗୃହରେ ବସି ପାଠପଢ଼ୁ ଥିବାବେଳେ ଚତୁର୍ଥ, ପଞ୍ଚମ ଶ୍ରେଣୀ ର ବର୍ଷା ଦିନରେ ଶ୍ରେଣୀ ଗୃହରେ ପାଣି ଜମୁଥିବାରୁ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍କୁଲ ବାରଣ୍ଡାରେ ବସି ପାଠପଢ଼ିବାକୁ ପଡ଼େ। ଗୋଟିଏ ଶ୍ରେଣୀ କୋଠରୀ ରେ ପାଠପଢା ଚାଳୁଥିବା ଯୋଗୁଁ ପାଠପଢ଼ାରେ ଘୋର ଅସୁବିଧା ର ସମୁଖୀନ ହେଉଛି । ଅନ୍ୟପକ୍ଷରେ ନୂତନ ସ୍କୁଲ ଗୃହର ପାଇ ନିର୍ମାଣ ମଞ୍ଜୁର ହୋଇଥିବା ଅର୍ଥ ରେ କାର୍ଯ୍ୟ ଶେଷ ହୋଇଛି । ସ୍କୁଲ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

ଅଧିକ ପଢନ୍ତୁ

kc ads