ବିପଦ ସଂକେତ ଉପରେ ଜଳକା ଓ ବୈତରଣୀ

ଫୁଲୁଛି ନଦୀ , ବଢୁଛି ଜଳସ୍ତର । ଅବପାତ ପ୍ରଭାବରେ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ବୈତରଣୀ ନଦୀ ଆଖୁଆପଦା ଆନିକଟ୍ ଠାରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ସୋମବାର ବିଳମ୍ବିତ ରାତିରେ ସତର୍କ ସଙ୍କେତ ୧୭.୮୩ ମିଟର ଅତିକ୍ରମ କରି ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ମଙ୍ଗଳବାର ସକାଳ ୭ଟା ସୁଦ୍ଧା ୧୮.୧୪ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିଭଳି ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ।

ଅଧିକ ପଢନ୍ତୁ

kc ads