ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜନ୍ମ ଜୟନ୍ତୀ ଅବସରରେ ପୁଷ୍ପମାଲ୍ଯାର୍ପଣ

ନୟାଗଡ଼,(ଓଡ଼ିଶା ଦର୍ପଣ):ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ  ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କର ୧୩୫ ତମ ଜୟନ୍ତୀ ଅବସରରେ ଆଜି ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ଥାପିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯାର୍ପଣ କରାଯାଇଛି। ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମ୍ରତି ପରିଷଦ ସଂପାଦକ ପ୍ରଦୀପ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ। ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଥିଲେ ସ୍ବାଧୀନତା ସଂଗ୍ରାମର ଏକ ଅନିର୍ବାଣ ଅଗ୍ନିଶିଖା ବୋଲି କହିବା ସହିତ ଅଧୁନା ଛାତ୍ରଛାତ୍ରୀ ମାନେ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜୀବନୀ ବିଷୟରେ ପଢିବା ଆବଶ୍ଯକ ବୋଲି ମତ ରଖିଥିଲେ।ପୂଜ୍ୟ ବିପ୍ଳବୀ ହେଉଛନ୍ତି ନୟାଗଡ଼ ମାଟିର ପ୍ରଥମ ରାଜ୍ଯସଭା ସଦସ୍ଯ। ଗାନ୍ଧୀବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ସ୍ମୃତି ଚାରଣ ହିଁ ଆମ ସମସ୍ତଙ୍କର ଜାତୀୟ କର୍ତ୍ତବ୍ଯ ବୋଲି ସମସ୍ତଙ୍କୁ ନିବେଦନ କରିଥିଲେ। ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମତି ପରିଷଦ,ନୟାଗଡର ସଭାପତି ପ୍ରସନ୍ନ କୁମାର ପଣ୍ଡା, ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ସଂପାଦକ ଶ୍ରୀଧର ସାହୁ, ସ୍ମ୍ରତି ପରିଷଦର ସଦସ୍ଯ ପ୍ରମୋଦ ପଟ୍ଟନାୟକ,ଗୋଦାବରୀଶ ସାହୁ, ଅନାଦି ଚରଣ ମହାନ୍ତି,କାମାକ୍ଷା ପ୍ରସାଦ ଦାସ, ଭଗବତୀ ଚରଣ ପଟ୍ଟନାୟକ,ବସନ୍ତ କୁମାର ରାଉତ ଓ ରାଜକିଶୋର ଦଳେଇ ଯୋଗ ଦେଇ ପୂଜ୍ୟ ବିପ୍ଳବୀଙ୍କର ସ୍ମୁତିଚାରଣ କରିଥିଲେ। ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର, ଅର୍ଚ୍ଚନା ରଥ,ପୁଷ୍ପିତା ରଥ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital