ବିବାଦରେ ଓଡିଆ ଫିଲ୍ମ ସନାତନୀ – କର୍ମ ହିଁ ଧର୍ମ । ଓଡ଼ିଆ ଫିଲ୍ମ, ରିଲିଜ ହେବ ଓଡ଼ିଶାରେ। କିନ୍ତୁ ଫିଲ୍ମ ରିଲିଜ ପାଇଁ ସିନେ ସଂସ୍ଥା ଓଡ଼ିଶାରୁ ନୁହେଁ ମୁମ୍ୱାଇ ସେନସର ବୋର୍ଡଠୁ ଆଣିଛି ୟୁଏ ସାର୍ଟିଫିକେଟ। ଫିଲ୍ମରେ ଅଛି ଧର୍ମାନ୍ତରୀକରଣ ଓ ଧର୍ମାନ୍ତରିତଙ୍କ କାହାଣୀ। କନ୍ଧମାଳର ଖ୍ରୀଷ୍ଟିଆନ ସଂପ୍ରଦାୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। ଏମିତି ଫିଲ୍ମ କରି ପ୍ରଯୋଜକ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । କିନ୍ତୁ ରାଜଧାନୀରେ ପ୍ରେସମିଟ କରି ସ୍ପଷ୍ଟୀକରଣ ରଖିଛି ସିନେ ସଂସ୍ଥା । ଫିଲ୍ମରେ ସନାତନ ଧର୍ମର କିଭଳି ରକ୍ଷା ହୋଇପାରିବ ତାହା ପ୍ରଦର୍ଶିତ ହୋଇଛି। ଗୁଇନ୍ଦା ସତର୍କତାକୁ ଖାତିର ନକରି ୭ ତାରିଖରେ ଫିଲ୍ମ ରିଲିଜ କରିବାକୁ ସିନେ ସଂସ୍ଥା ଅଡି ବସିଛି ।