ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ । ଓଡିଶା ପ୍ରଶାସନିକ ସେବାରେ ତାଲିମ ନେଉଥିବା ୨୭ବର୍ଷୀୟ ସିପ୍ରା ପ୍ରିୟଦର୍ଶିନୀ ବଳଙ୍କୁ ପ୍ରେମ ବିବାହ କରିବାକୁ ଯାଉଛନ୍ତି ମାହାଙ୍ଗା ବିଧାୟକ ସାରଦା । ସିପ୍ରା କଟକ ଜଗତପୁରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସିପ୍ରା ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଳକରେ ସାମାଜିକ ସମ୍ପ୍ରସାରଣ ଅଧୁକାରୀ ଭାବେ କାର୍ଯ୍ୟ କରୁଥିଲେ । ବିବାହ ଉତ୍ସବ ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବାର ରହିଥିବା ଜଣାପଡିଛି । ନିଗମାନନ୍ଦ ଆଶ୍ରମରେ ପୂଜାର୍ଚ୍ଚନା କରି ବନ୍ଧୁଙ୍କୁ ସାଙ୍ଗରେ ନେଇ ସେ ରାଜସ୍ଥାନ ଯାଇଛନ୍ତି ବିବାହ ପାଇଁ । ବିବାହ ଉତ୍ସବ ଆସନ୍ତା ୨ ତାରିଖ ଦିନ ରାଜସ୍ଥାନରେ ହେବ ବୋଲି ଜଣାଯାଇଛି ।
