ଏନ୍ଏସି ପରେ ଏବେ ଓଡ଼ିଶାରେ ବଢିବ ଜିଲ୍ଲା ସଂଖ୍ୟା । ବିଭାଜିତ ହେବ ପଞ୍ଚାୟତ ଏବଂ ସବ୍ଡିଭିଜନ । ଏନେଇ ବଡ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଜିଲ୍ଲା ପାଇଁ ଅନେକ ଦାବି ରହିଛି । ମୟୁରଭଞ୍ଜ, ସୁନ୍ଦରଗଡ ବଡ ଜିଲ୍ଲା ରହିଛି । କେଉଁଟା ଆଗ କରିବୁ ତାହା ନିଷ୍ପତି ନିଆଯିବ । ୨୦୨୫ ଶେଷକୁ ଜନଗଣନା ଆରମ୍ଭ ହେବ । ଶୀଘ୍ର ଘୋଷଣା ହେବ ରାଜସ୍ୱ ଗାଁ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜଧାନୀରେ ପ୍ରତିଷ୍ଠା ହେବ ଡପଲର ରାଡାର ସିଷ୍ଟମ । ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଖୁବଶୀଘ୍ର ବାଲେଶ୍ଵର ଓ ସମ୍ବଲପୁରରେ ରାଡାର ସିଷ୍ଟମ କାର୍ଯ୍ୟକ୍ଷମ ହେବ ।ଭିତ୍ତିଭୂମି କାର୍ଯ୍ୟ ସରିଛି, ଖୁବ୍ କମ ଦିନରେ କାର୍ଯ୍ୟକ୍ଷମ ହେବ’ । ଯାହା ଦ୍ୱାରା ପାଣିପାଗର ନିଖୁଣ ଆକଳନ କରାଯାଇପାରିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।
