ବିମାନରୁ ଡେଇଁ ନଥିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି କଲେ ବର୍ଣ୍ଣନା

ସାରା ଦେଶକୁ ସ୍ତବ୍ଧ କରିଛି ଅହମ୍ମଦାବାଦର ଭୟାବହ ବିମାନ ଦୁର୍ଘଟଣା । ତେବେ ବର୍ତ୍ତି ଯାଇଥିବା ଯାତ୍ରୀଙ୍କ ନାଁ ରମେଶ ବିଶ୍ୱାସ କୁମାର ବଚୁରୱାଡ଼ା । ତାଙ୍କୁ ସିଟ୍ ନଂ 11Aରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତାଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଛି । ଉଦ୍ଧାର ପରେ ସେ ନିଜେ ଚାଲି ଚାଲି ଦୁର୍ଘଟଣାସ୍ଥଳରୁ ବାହାରିଥିଲେ । ରାସ୍ତାରେ ତାଙ୍କୁ ଦେଖି ସଭିଏଁ ଚକିତ ହୋଇଯାଇଥିଲେ ।ଆଜି ରମେଶ ବିଶ୍ୱାସ କୁମାରଙ୍କୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିଥିଲେ।ହସ୍ପିଟାଲ ବେଡ୍‌ରେ ଶୋଇଥିବା ବିଶ୍ୱାସ କୁମାର ଏକ ନ୍ୟୁଜ୍‌ ଚ୍ୟାନେଲକୁ ନିଜର ଅନୁଭବ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ବିମାନଟି ରନୱେରେ ଗତି ବଢ଼ାଇବା ଆରମ୍ଭ କରିବା ମାତ୍ରେ କିଛି ଅଜଣା ଅନୁଭବ ହୋଇଥିଲା। ହଠାତ୍‌ ୫-୧୦ ସେକେଣ୍ଡ ପାଇଁ ସବୁକିଛି ଯେପରି ଅଟକି ଯାଇଥିଲା। କେବଳ ନୀରବତା…, ତା’ପରେ ହଠାତ୍‌ ସବୁଜ ଏବଂ ଧଳା ଲାଇଟ୍‌ଗୁଡ଼ିକ ଜଳି ଉଠିଥିଲା।

ଲାଗୁଥିଲା ଯେପରି ପାଇଲଟ ଟେକଅଫ ପାଇଁ ପୂରା ଶକ୍ତି ଲଗାଇଥିଲେ। ତା’ପରେ କ’ଣ ହେଲା, ସେହି ଗତି ସହିତ ବିମାନଟି ସିଧାସଳଖ ହଷ୍ଟେଲ ବିଲ୍ଡିଂରେ ପଶି ଯାଇଥିଲା।ସେ କହିଛନ୍ତି ଯେ, “ମୁଁ ବିମାନ ବାହାରକୁ ସିଟ ସହ ଚାଲି ଆସିଲି । କଣ ଘଟିଲା ହଠାତ କିଛି ବୁଝିପାରିଲିନି । ଦୁର୍ଘଟଣାରୁ କେମିତି ବର୍ତ୍ତିଲି ଜାଣି ନାହିଁ”। କ୍ରାସ୍ ପୂର୍ବରୁ ବିମାନର ବେଗ ବଢିଯାଇଥିଲା । ବିମାନର ଜରୁରୀକାଳୀନ ଦ୍ବାର ଭାଙ୍ଗିଯାଇଥିଲା । ବିମାନର ଲାଇଟ ହଠାତ୍ ବନ୍ଦ ହୋଇଗଲା ବୋଲି କହିଛନ୍ତି ରମେଶ ବିଶ୍ବସ ।ସେ କହିଛନ୍ତି ଯେ ଅନ୍ୟ ପାର୍ଶ୍ୱରେ ଏକ କାନ୍ଥ ଥିଲା, ସେଠାରୁ ବୋଧହୁଏ କେହି ବାହାରି ପାରିନଥିଲେ। ରମେଶ ବିଶ୍ୱାସ କହିଥିଲେ ଯେ ତାଙ୍କ ଆଖି ଆଗରେ ଦୁଇଜଣ ଏୟାର ହୋଷ୍ଟେସ, ଜଣେ ମାମୁଁ-ମାଉସୀ ଏବଂ ସବୁକିଛି ଜଳୁଥିବା ଦେଖିଥିଲେ। ଏହି ଦୁର୍ଘଟଣାରେ ବିଶ୍ୱାସଙ୍କର ବାମ ହାତ ପୋଡ଼ି ଯାଇଥିଲା, କିନ୍ତୁ ଜୀବନ ବଞ୍ଚି ଯାଇଥିଲା। ସେ କହିଛନ୍ତି ଯେ ବାହାରକୁ ଆସିବା ମାତ୍ରେ ନିଆଁ ବ୍ୟାପି ଯାଇଥିଲା। ଯଦି କିଛି ସେକେଣ୍ଡ ବିଳମ୍ବ ହୋଇଥାନ୍ତା, ତେବେ ବୋଧହୁଏ… ବଂଚି ପାରି ନଥାନ୍ତେ।”

ଅଧିକ ପଢନ୍ତୁ

kc ads