ବିମାନରେ ହଙ୍ଗାମା କଲେ ୩୦ ଦିନ ଉଡାଣ ନିଷେଧ , ଯାତ୍ରୀ ସୁରକ୍ଷା ପାଇଁ ଡିଜିସିଏର ନୂଆ ନିୟମ

ବିମାନ ଭିତରେ ହଙ୍ଗାମା କଲେ ମହଙ୍ଗା ପଡିବ । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ଡିଜିସିଏ ପକ୍ଷରୁ ନୂଆ ନିୟମ କରାଯାଇଛି । ଏଭଳି ଯାତ୍ରୀଙ୍କୁ ୩୦ ଦିନ ପର୍ଯ୍ୟନ୍ତ କୌଣସି ବିମାନରେ ଉଡାଣ ପାଇଁ ମିଳିବନି ଅନୁମତି । DGCA ଅନୁଯାୟୀ, ବିମାନ, ଯାତ୍ରୀ ଏବଂ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ବିମାନରେ ଶୃଙ୍ଖଳା ବଜାୟ ରଖିବା ପାଇଁ “ନୋ/ଜିରୋ ଟଲୋରେନ୍ସ ପଲିସି ଲାଗୁ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

କେଉଁ କ୍ଷେତ୍ରରେ ଲାଗୁ ହେବ ନିୟମ?

ବିମାନରେ ଧୁମ୍ରପାନ କରିବା କିମ୍ବା ଘରୋଇ ଉଡ଼ାଣ ସମୟରେ ମଦ୍ୟପାନ କରିବା ସହ ଜରୁରୀକାଳୀନ ପ୍ରସ୍ଥାନ କିମ୍ବା ଜୀବନ ରକ୍ଷାକାରୀ ଉପକରଣର ଅପବ୍ୟବହାର |

ଅଧିକ ପଢନ୍ତୁ