ବିମାନ ଉଡାଣରେ ବିଳମ୍ବ ହେବାରୁ ପାଇଲଟଙ୍କୁ ଆକ୍ରମଣ କଲେ ଯାତ୍ରୀ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଭିତରେ ପାଇଲଟଙ୍କ ସହ ଆକ୍ରମଣ ମାମଲା ସାମ୍ନାକୁ ଆସିଛି । ରବିବାର ସାହିଲ କାଟୋରିଆ ନାମକ ଜଣେ ଯାତ୍ରୀ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଭିତରେ ପାଇଲଟଙ୍କୁ ପିଟିଥିଲେ । ପ୍ରକୃତରେ, ବିମାନ ପାଇଲଟ ବିମାନ ବିଳମ୍ବକୁ ନେଇ ଏକ ଘୋଷଣା କରୁଥିଲେ ଯେଉଁଥିପାଇଁ ଯାତ୍ରୀ କ୍ରୋଧିତ ହୋଇ ତାଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ।ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଭିଡ଼ିଓ ଭାଇରାଲ ହେବା ପରେ ଲୋକମାନେ ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ବିମାନଟି ଦିଲ୍ଲୀରୁ ଗୋଆକୁ ଯାଉଥିଲା ବୋଲି ସୂଚନା ମିଳିଛି ।ଇଣ୍ଡିଗୋ ପକ୍ଷରୁ ଏହି ଘଟଣାକୁ ନେଇ ଏକ ଇଣ୍ଟରନାଲ କମିଟି ଗଠନ କରାଯାଇଛି ।

ଏହି କମିଟିରେ ଏ ନେଇ ଆଲୋଚନା କରାଯାଇଛି । ‘ନୋ ଫ୍ଲାଇଂ ଲିଷ୍ଟ’ରେ ଯଦି କୌଣସି ବ୍ୟକ୍ତିଙ୍କ ନାଁ ସାମିଲ କରାଯାଏ , ତେବେ ଏହାର ଅର୍ଥ ହେଉଛି ସେହି ବ୍ୟକ୍ତିଙ୍କ ଅନୁଚିତ ବ୍ୟବହାର ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏକ ନିର୍ଦ୍ଧାରିତ ସମୟସୀମା ପର୍ଯ୍ୟନ୍ତ ତାଙ୍କୁ ଭାରତର ମଧ୍ୟରେ ଉଡାଣ ଉପରେ ରୋକ୍ ଲଗାଯାଇଛି । ଅର୍ଥାତ୍ ‘ନୋ ଫ୍ଲାଇଂ ଲିଷ୍ଟ’ରୁ ତାଙ୍କ ନାଁ ନହଟିବା ଯାଏଁ ସେ ଭାରତ ଭିତରେ ବିମାନ ଯୋଗେ ଯାତ୍ରା କରି ପାରିବେ ନାହିଁ ।ଏଥିସହିତ ସାହିଲ କାଟୋରିଆଙ୍କ ପାଇଲଟ ଅନୁପଙ୍କୁ କ୍ଷମା ମାଗୁଥିବା ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ଅଧିକାରୀମାନେ ସାହିଲଙ୍କୁ ବିମାନରୁ ବାହାରକୁ ନେଇଥିବାର ନଜର ଆସିଛନ୍ତି । ତା’ପରେ ସେ ପାଇଲଟ୍ ଅନୁପଙ୍କୁ ବିମାନ ବାହାରେ ଠିଆ ହୋଇଥିବା ଦେଖି ତାଙ୍କ ଆଡକୁ ଗତି କରିବାକୁ ଲାଗିଲେ । ଏହି ସମୟରେ ସେ ଦୁଇ ହାତକୁ ଯୋଡି କରି ପାଇଲଟଙ୍କୁ କହିଥିଲେ- ‘ସାର୍, ମୋର ଏମିତି କାମ ପାଇଁ ମୁଁ କ୍ଷମା ମାଗୁଛି । ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ଆମେ ଅଭିଯୋଗ ଗ୍ରହଣ କରିଛୁ ଏବଂ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ।

ଅଧିକ ପଢନ୍ତୁ