ବିମାନ ଦୁର୍ଘଟଣାରେ ୧୭୦ ମୃତ, ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା

ଉଡ଼ାଣ ଭରିବା ସମୟରେ କ୍ରାଶ୍‌ ହେଲା ବିମାନ । ବଡ଼ ଦୁର୍ଘଟଣାର ଶିକାର ହେଲା ଏୟାର ଇଣ୍ଡିଆର ବିମାନ AI171 । ତେବେ ଦୁର୍ଘଟଣାରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ମୃତହେଦକୁ ଅଧାରକରି ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ୧୭୦ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ବିମାନ ଯାତ୍ରୀ କେତେଜଣ ଏବଂ ସାଧାରଣ ବ୍ୟକ୍ତି କେତେଜଣ ତାହା ସ୍ପଷ୍ଟ ହୋଇପାରି ନାହିଁ।ବିମାନରେ ପାଖାପାଖି ୨୪୨ ଯାତ୍ରୀ ଥିଲେ । ଯେଉଁଥିରେ ୨୩୦ ଯାତ୍ରୀ ଏବଂ ୧୨ କ୍ରୁ ମେମ୍ବର ସାମିଲ ଥିଲେ । ଦୁର୍ଘଟଣା ଅହମ୍ମଦାବାଦର ମେଘାନିନଗର ଅଞ୍ଚଳରେ ଘଟିଛି। ଉଡ଼ାଣ ଭରିବାର କିଛି ସମୟ ପରେ କ୍ରାସ ହୋଇଥିଲା। । ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ନିକଟବର୍ତ୍ତୀ ଏକ ହଷ୍ଟେଲ କାନ୍ଥରେ ଧକ୍କା ଦେବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ବିମାନଟି ସମ୍ପୂଣ୍ଣ ପୋଡି ପାଉଁଶ ହୋଇଛି । ଉକ୍ତ ଅଞ୍ଚଳରେ ଧୁଆଁମୟ ପରିବେଶ ସୃଷ୍ଟି ହୋଇଛି । ତେବେ ସେଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ମଧ୍ୟ ରହିଥିଲେ। ତାଙ୍କ ଅବସ୍ଥା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରି ନାହିଁ।

ବିମାନଟି ହଷ୍ଟେଲ ଉପରେ ଖସିପଡ଼ିଥିବାରୁ ବହୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ହଷ୍ଟେଲର ଦୁଇଟି କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଅଧିକ ପଢନ୍ତୁ

kc ads