ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତରୀ ଟିମ୍ ନିକଟରେ ସଫଳତା ପୂର୍ବକ କରିଥିବା ଏକ ବିରଳତମ ଅସ୍ତ୍ରୋପଚାରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।୧୭ ବର୍ଷର ନାବାଳକ । ଦେହରେ ୪ଟି ଗୋଡ଼ । ଆସ୍ୱାଭାବିକକୁ ନେଇ ଚନ୍ତାରେ ଥିଲା ପରିବାର । ପିଲାଟିର ଭବିଷ୍ୟତକୁ ନେଇ ସମସ୍ତେ ଥିଲେ ଚିନ୍ତିତ । ହେଲେ ଦିଲ୍ଲୀ AIIMS ସାଜିଲା ସାହାରା । ୨ଟି ଗୋଡ଼ ସ୍ୱାଭାବିକ ଥିବାବେଳେ ଅନ୍ୟ ଦୁଇଟି ଅତିରିକ୍ତ ଗୋଡ଼ (ନିଷ୍କ୍ରିୟ) ତାଙ୍କ ପେଟରୁ ଝୁଲି ରହିଥିଲା। ଡାକ୍ତରୀ ଶବ୍ଦରେ ଏହାକୁ ପାରାସାଇଟିକ୍ ଟ୍ୱିନ୍ସ ବା ପରଜୀବୀ ଯମଜ ଭାବେ ଅଭିହିତ କରାଯାଉଛି।
ଡାକ୍ତରମାନେ ଯେତେବେଳେ ଏହି ନାବାଳକଙ୍କ ଏପ୍ରକାର ଅବସ୍ଥା ଦେଖିଲେ ସେତେବେଳେ ଅସ୍ତ୍ରୋପଚାର ହିଁ ଏକମାତ୍ର ବିକଳ୍ପ ବୋଲି ଗ୍ରହଣ କରିଥିଲେ। ଧାର୍ଯ୍ୟ ସମୟରେ ଦିଲ୍ଲୀ ଏମ୍ସର ଡାକ୍ତରି ଟିମ୍ ଅସ୍ତ୍ରୋପଚାର ମାଧ୍ୟମରେ ନାବାଳକଙ୍କ ପେଟରୁ ଝୁଲି ରହିଥିବା ଏହି ‘ଦୁଇଟି ଅତିରିକ୍ତ ଗୋଡ’ ବା ପରଜୀବୀ ଯମଜକୁ ତାଙ୍କଠାରୁ ବାହାର କରିବାରେ ସଫଳ ହୋଇଛନ୍ତି। ଏମ୍ସ ଭଳି ହସ୍ପିଟାଲ୍ରେ ଏପରି ଅସ୍ତ୍ରୋପଚାର ପ୍ରଥମଥର ପାଇଁ କରାଯାଇଥିବା କୁହାଯାଉଛି। ତେବେ AIIMSରେ ଅସ୍ତ୍ରୋପଚାର ହୋଇଥିବା ନାବାଳକର ଘର ଉତ୍ତରପ୍ରଦେଶ ବାଲିଆ ଅଞ୍ଚଳରେ । ଏବେ ପିଲାଟି ସୁସ୍ଥ ଅଛି ଓ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଛି ।