ବିରାଟ୍ ଏବଂ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କ ସହ ୧୫ ମିନିଟ୍ ଏକାନ୍ତରେ ବାର୍ତ୍ତାଳାପ

ଭାରତୀୟ କ୍ରିକେଟ ଟିମର ପୂର୍ବ ଅଧିନାୟକ ବିରାଟ କୋହଲି ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେବାର ଗୋଟିଏ ଦିନ ପରେ ଉତ୍ତରପ୍ରଦେଶର କୃଷ୍ଣନଗରୀ ବୃନ୍ଦାବନରେ ପହଞ୍ଚିଥିଲେ । କୋହଲିଙ୍କ ସହ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ବୃନ୍ଦାବନ ଯାଇଛନ୍ତି । ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରେମାନନ୍ଦ ମହାରାଜ ବିରୁଷ୍କାଙ୍କୁ କହୁଛନ୍ତି ଯେ, ମୁଁ ଆପଣଙ୍କୁ ମୋ ପ୍ରଭୁଙ୍କ ବିଧାନ କହୁଛି।ପ୍ରେମାନନ୍ଦ ମହାରାଜ ବିରୁଷ୍କାଙ୍କୁ କହିଛନ୍ତି ଯେ, ବୈଭବ ମିଳିବା ବା ଧନପ୍ରାପ୍ତି ହେବା ଈଶ୍ଵରଙ୍କ କୃପା ନୁହେଁ, ବରଂ ଏହା ପୁଣ୍ୟ ଅଟେ। ଆପଣ ଦେଖିଥିବେ ଭୁଲ କାମ କରୁଥିବା ଲୋକଙ୍କୁ ବି ବୈଭବ ମିଳିଥାଏ। ଏହା ତାଙ୍କର ପୂର୍ବ ଜନ୍ମର କୌଣସି ପୁଣ୍ୟ କାର୍ଯ୍ୟରୁ ହୋଇଥାଏ। ତେଣୁ ଧନପ୍ରାପ୍ତ ବା ଯଶକୁ କୃପା ବୋଲି ଭାବନ୍ତୁ ନାହିଁ। କୃପା ସେତେବେଳେ ମିଳିଥାଏ​‌ ଯେତେବେଳେ ମନୁଷ୍ୟର ଅନ୍ତରର ଚିନ୍ତନ ବଦଳିଥାଏ।ପ୍ରେମାନନ୍ଦ ମହାରାଜ ଆହୁରି କହିଥିଲେ, ଯେତେବେଳେ ଭଗବାନ କୃପା କରନ୍ତି, ସେତେବଳେ ସନ୍ଥଙ୍କ ସମାଗମ ହୋଇଥାଏ। ଏହା ବ୍ୟତୀତ କିଛି ବିପରୀତ ଦେଇଥାଆନ୍ତି। ଜୀବନରେ ପ୍ରତିକୂଳ ପରିସ୍ଥିତି ଦେଇଥାଆନ୍ତି।

ଯଦି ଆପଣଙ୍କ ଜୀବନରେ ପ୍ରତିକୂଳ ପରିସ୍ଥିତି ଦେଖିବାକୁ ମିଳେ, ତେବେ ବୁଝି ଯାଆନ୍ତୁ ଯେ ଈଶ୍ଵରଙ୍କ କୃପା ମିଳୁଛି। ତେଣୁ ଯେତେବେଳେ କୌଣସି କାମ ଆପଣଙ୍କ ମନ ମୁତାବକ ହେଉନାହିଁ ଏବଂ ଆପଣଙ୍କୁ କଷ୍ଟ ମିଳୁଛି, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ଉପରେ ଈଶ୍ଵରଙ୍କ କୃପା ହେଉଛି। ଆପଣଙ୍କୁ କେବଳ ଈଶ୍ଵରଙ୍କ ନାମ ଜପ କରନ୍ତୁ।ବିରାଟ୍ ଏବଂ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କ ସହ ୧୫ ମିନିଟ୍ ଏକାନ୍ତରେ ବାର୍ତ୍ତାଳାପ କରିଥିଲେ । ଦମ୍ପତି ଆଶ୍ରମରେ ୨ ଘଣ୍ଟା ୨୦ ମିନିଟ୍ ସମୟ ରହିଥିଲେ । ପ୍ରେମାନନ୍ଦ ମହାରାଜଙ୍କ ସହ ବାର୍ତ୍ତାଳାପ କରି ଫେରିବା ବେଳେ କୋହଲି ଦମ୍ପତି କାରରେ ମାସ୍କ୍ ଲଗାଇ ବସିଥିବାର ନଜର ଆସିଥିଲେ । ଏହିଠାରୁ ଦୁହେଁ ଦିଲ୍ଲୀ ଗସ୍ତ କରିଥିଲେ ।

ଅଧିକ ପଢନ୍ତୁ

Odisha Darpan Digital