ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ; ଜାରିହେଲା ନୂଆ ନିର୍ଦ୍ଦେଶାବଳୀ

ଆଇନ ନିର୍ମାଣକୁ ନେଇ କଠୋର ହେଲା ନଗର ଉନ୍ନୟନ ବିଭାଗ । ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ । ସୁପ୍ରିମକୋର୍ଟଙ୍କ ଉଦବେଗ ପରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ।ଏଣିକି କୋଠାବାଡ଼ି ପ୍ଲାନ୍‌ ଅନୁମୋଦନ ପୂର୍ବରୁ ବିଲ୍ଡର୍ସ କିମ୍ବା ବ୍ୟକ୍ତିଗତଙ୍କଠାରୁ ଅକୁପେସନ ସାର୍ଟିଫିକେଟ୍‌(ଓସି) ଦେବା ସଂକ୍ରାନ୍ତରେ ଅଣ୍ଡରଟେକିଂ ରଖାଯିବା ବାଧ୍ୟତାମୂଳକ ହେବ । ଏହା ସହ ନିର୍ମାଣାଧୀନ ସ୍ଥାନରେ ଅନୁମୋଦିତ ଯୋଜନା ତଥା ନିର୍ମାଣ ନକ୍ସା ବିଲଡର୍ସ ପ୍ରଦର୍ଶନ କରିବେ । ନିର୍ମାଣ ସମାପ୍ତି/ ଅଧିଗ୍ରହଣ ପ୍ରମାଣପତ୍ର କେବଳ ପରିଦର୍ଶନ ପରେ ପ୍ରାଧିକରଣ ଦ୍ୱାରା ଜାରି କରାଯିବ ।ଯଦି ଏକ୍ଷେତ୍ରରେ କୌଣସି ତ୍ରୁଟି ବିଚ୍ୟୁତି ଦେଖାଯାଏ, ତେବେ ତାହା ସଂଶୋଧନ ନ ହେବା ପର୍ଯ୍ୟନ୍ତ ସମାପ୍ତି/ଅଧିଗ୍ରହଣ ପ୍ରମାଣପତ୍ର ସ୍ଥଗିତ ରହିବ । ଏହି ବିଜ୍ଞପ୍ତି ଅନୁଯାୟୀ, ନିର୍ମାଣ କାର୍ଯ୍ୟ ଓଡ଼ିଶା ଡେଭଲପମେଣ୍ଟ ଅଥରିଟି ଆଇନ୍, ୧୯୮୨ ଏବଂ ଓଡ଼ିଶା ଟାଉନ ପ୍ଲାନିଂ ଓ ଇମ୍ପୁଭମେଣ୍ଟ ଟ୍ରଷ୍ଟ ଆଇନ୍, ୧୯୫୬ ଅନୁଯାୟୀ କଡ଼ାକଡ଼ି ପାଳନ କରାଯିବ ।OC ନଥିବା ବିଲଡିଂକୁ ବିଦ୍ୟୁତ୍, ପାଣି ଓ ଡ୍ରେନେଜ୍ ସଂଯୋଗ ଦିଆଯିବ ନାହିଁ। ଅନଧିକୃତ ନିର୍ମାଣ ହୋଇଥିଲେ, ମିଳିବନି ଟ୍ରେଡ୍ ଲାଇସେନ୍ସ। ଅନ୍ୟ ବିଭାଗଗୁଡ଼ିକ ଅନଧିକୃତ ନିର୍ମାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ସହାୟତା ପ୍ରଦାନ କରିବେ। ସହଯୋଗ ନକଲେ ରାଜ୍ୟ ସରକାର ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଅଧିକ ପଢନ୍ତୁ