ବିଲାତ ଯୁବକଙ୍କ ହାତ ଧରିଲେ ବାଲେଶ୍ଵର ଯୁବତୀ

ଓଡିଆ ଝିଅ ପ୍ରେମରେ ବିଦେଶୀ ପୁଅ । ବିଦେଶରେ ପ୍ରେମ ହେଲା କିନ୍ତୁ ବାହାଘର ଦେଶୀ ଷ୍ଟାଇଲରେ । ଭାରତୀୟ ବର ବେଶରେ ବିବାହ ମଣ୍ଡପକୁ ଆସିଲେ ବିଦେଶୀ ବର। ହାତରେ ନଡିଆ ଧରି କନିଆଁ ଘରେ ପହଞ୍ଚିଥିଲା ବିଦେଶୀ ବର ।ଡିଜେ ସାଙ୍ଗକୁ ବାଣ ରୋଷଣୀରେ ମନର ମାନସୀ ନତାସା ଙ୍କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ନାଚି ନାଚି ଆସୁଛି ବର । ଏପଟେ କନ୍ୟା ଘରେ ଚାହିଁ ବସିଛି ନିଜ ମନର ମଣିଷ ଲୁକ୍ ଙ୍କୁ । ଏ ହେଉଛି ଦୃଶ୍ୟ ବାଲେଶ୍ବର ଅଞ୍ଚଳର । ଝିଅ ଲଣ୍ଡନରେ ରହି ପାଠ ପଢିବା ପରେ ଚାକିରୀ କରୁଥିଲେ। ପରେ ଜଣେ ବିଦେଶୀ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟଙ୍କ ପ୍ରେମରେ ଏତେ ଗଭୀରତା ଥିଲା ଯେ ବିଲାତି ବରଙ୍କ ମନ ଲଣ୍ଡନ ରୁ ବିବାହ ପାଇଁ ଟାଣି ଆଣିଲା ଭାରତକୁ ।

ଆଜି ଶେଷରେ ଉଭୟେ ହିନ୍ଦୁ ରୀତିନୀତି ଅନୁସାରେ ଯୁବତୀଙ୍କ ବାସଭବନରେ ମହା ଆଡ଼ମ୍ବରରେ ବିବାହ ହୋଇଛି ।ଏହି ବାହାଘରର ମୁଖ୍ୟ ଚରିତ୍ର ଅର୍ଥାତ୍‌ କନ୍ୟା ନତାଶା ଦାସ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, “ମୋର ତାଙ୍କ ସହ ଗୋଟେ କଫି ସପରେ ଦେଖା ହୋଇଥିଲା। ତା ପରେ ଆମର ସମ୍ପର୍କ ବଢିଥିଲା। ଏହି ବର୍ଷେ ପୂର୍ବରୁ ଆମେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ମୁଁ ସେଇଠି MBA ସରିବା ପରେ ଏକ ହୋଟେଲରେ ମ୍ୟାନେଜର ଥିଲି । ଆଜି ତ ଆମେ ପୁରା ହିନ୍ଦୁ ପରମ୍ପରାରେ ବାହା ହେଉଛୁ। ତା ପରେ ସେଇଠି ମୁଁ ଯାଇକି ସବୁ ହିନ୍ଦୁ ପରମ୍ପରା ଅନୁସାରେ ଚଳିବି। ଆଜି ପର୍ଯ୍ୟନ୍ତ 7 ବର୍ଷ ହେଲାଣି ରହିକି ସେଠି ପୂଜା ପର୍ବାଣୀ ସବୁ କରେ। ମୁଁ ତ ମୋ ହିନ୍ଦୁ ପରମ୍ପରା ବଜାୟ ରଖିବି।”

ଅଧିକ ପଢନ୍ତୁ